Breaking Newsରାଜ୍ୟ

କୁଜଙ୍ଗର ୨ଟି ପଞ୍ଚାୟତ ସଟ୍‌ଡାଉନ୍

ପାରାଦୀପ : ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକର ସାଇଲୋ ଓ ତାଳଲଡ଼ା ପଞ୍ଚାୟତକୁ ଆଜିଠାରୁ ଶୁକ୍ରବାର ଯାଏ ସଟ୍‌ଡାଉନ୍ ଘୋଷଣା କରାଯାଇଛି। ଏଥିସହ ରାହାମା ବଜାରକୁ କରାଯାଇଛି ସଟ୍‌ଡାଉନ୍‌। ସାଇଲୋ ପଞ୍ଚାୟତରୁ ୨ ଜଣ ଓ ତାଳପଡ଼ାରୁ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କିନ୍ତୁ ସାଇଲୋ ପଞ୍ଚାୟତରୁ ଚିହ୍ନଟ ଆକ୍ରାନ୍ତ ହାଇଦ୍ରାବାଦରୁ ଫେରି ପ୍ରଶାସନକୁ ନଜଣାଇ ଘରେ ରହିଥିଲେ। ସ୍ଥାନୀୟ ସରପଞ୍ଚ ଏ ଖବର ପାଇ ସେମାନଙ୍କୁ କ୍ୱାରେଣ୍ଟାଇନ୍‌ରେ ରହିବାକୁ କହିଥିଲେ ହେଁ ସେମାନେ ନଶୁଣିବାରୁ ସରପଞ୍ଚ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଓ ଜିଲ୍ଲା ପ୍ରଶାସନ ପହଞ୍ଚି ସେମାନଙ୍କ ପରିବାରର ୩ ଜଣଙ୍କୁ କୁଜଙ୍ଗ ଟିଏମ୍‌ସିରେ ରଖିଥିଲେ। ସେମାନଙ୍କ ମଧ୍ୟରୁ ଗତକାଲି ବାପଝିଅଙ୍କ ରିପୋର୍ଟ ପଜିଟିଭ୍ ଆସିଛି। ତଥ୍ୟ ଲୁଚାଇବା ଓ ପ୍ରଶାସନକୁ ଅସହଯୋଗ କରିନଥିବାରୁ କୋଭିଡ୍ ମାମଲା ରୁଜୁ ହୋଇଛି।

ମତାମତ ଦିଅନ୍ତୁ ।

Back to top button