କୁଖ୍ୟାତ ଲୁଟେରା ହେମନ୍ତ ଗିରଫ

କଟକ : କୁଖ୍ୟାତ ଲୁଟେରା ହେମନ୍ତ ଦୋରା ଓରଫ ଝୁନାକୁ ଚୌଦ୍ୱାର ପୋଲିସ ଗିରଫ କରିଛି। ଏକ ଚୋରି ମାମଲାର ତଦନ୍ତ କରିବା ବେଳେ ଚୌଦ୍ୱାର ଓଟିଏମ କଲୋନୀର ଏହି ପେଷାଦାର ଲୁଟେରା ଧରାପଡିଥିଲା। ତା ନିକଟରୁ ଦଶଟି ମୋବାଇଲ ଫୋନ ଜବତ ହୋଇଛି। ଏହାଛଡା ଚୋରି ମୋବାଇଲ କିଣିବା ଅଭିଯୋଗରେ ମୁଣ୍ଡମାଲ ମଠ ସାହିର ବିଜୟ ବାରିକଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। ଆଜି ଦୁଇଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ହେମନ୍ତ ନାମରେ ଚୌଦ୍ୱାର ଥାନାରେ ୭ଟି ମାମଲା ରହିଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।