Breaking Newsଦେଶ-ବିଦେଶ
କୁକୁଡା କିଲୋ ୨୦ : ଆଗକୁ ମାଗଣା ଦେବେ ଫାର୍ମ ମାଲିକ

ନୂଆଦିଲ୍ଲୀ : ବାର୍ଡ଼ ଫ୍ଲୁ ପାଇଁ ଚିକେନ ବ୍ୟାନ। କୁକୁଡ଼ାର ମାଂସର ଆଉ ଚାହିଦା ନାହିଁ। ଦିଲ୍ଲୀ ସମେତ ଆଖପାଖରେ କୁକୁଡା କିଲୋ ୨୦ରୁ ୨୫ ଟଙ୍କା ହୋଇଗଲାଣି। ତଥାପି ଲୋକେ ନେବାକୁ ଅମଙ୍ଗ।
ଅନ୍ୟପକ୍ଷରେ ଫାର୍ମ ମାଲିକମାନେ କୁକୁଡ଼ା ଗୁଡିକୁ ବିକି ଦେବାକୁ ଚାହୁଁଛନ୍ତି। ୨୦ ଟଙ୍କା କିଲୋରେ ବିକ୍ରି ନହେଲେ ଦାମ ଆହୁରି କମ କରିବାକୁ ରାଜି। ଏପରିକି ମାଗଣା ବାଣ୍ଟିବାକୁ ମଧ୍ୟ ସେମାନେ ପ୍ରସ୍ତୁତ ଅଛନ୍ତି। କାରଣ ଫାର୍ମ ମାଲିକ ବର୍ତ୍ତମାନ ୪-୬ ଦିନରୁ ଅଧିକ ଫାର୍ମରେ କୁକୁଡ଼ା ରଖି ପାରିବେନି। କିନ୍ତୁ ଯେଉଁଠାରେ ବାର୍ଡ଼ ଫ୍ଲୁର କୌଣସି ପ୍ରଭାବ ନାହିଁ ସେଠାରେ କୁକୁଡ଼ା ବିକ୍ରି ପାଇଁ ଅନୁମତି ଦେବାକୁ ଫାର୍ମ ମାଲିକ ସରକାରଙ୍କୁ ଦାବି କରିଛନ୍ତ। ଚିକେନ ବ୍ୟାନ ହେବ ଯୋଗୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ବୋଲି ଜଣେ ଫାର୍ମ ମାଲିକ କହିଛନ୍ତି।