କୁକୁଡ଼ା ଲଢେଇରୁ ପୋଲିସ-ଜନତା ମୁହାଁମୁହିଁ

କେନ୍ଦୁଝର : ପଣ୍ଡାପଡ଼ା ହାଟରେ ଚାଲୁଥିବା କୁକୁଡ଼ା ଲଢେଇକୁ ବନ୍ଦ କରିବାକୁ ଯାଇ ପୋଲିସ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିବା ଜଣାପଡିଛି।

ଖବର ଅନୁଯାୟୀ ବୁଧବାର ସଂଧ୍ୟାରେ ପଣ୍ଡାପଡ଼ା ହାଟରେ ଚାଲିଥିଲା କୁକୁଡ଼ା ଲଢେଇ। ଏହି ସ୍ଥାନରେ ବହୁଲୋକ ରୁଣ୍ଡ ହୋଇ ଖେଳ ଦେଖୁଥିଲେ। ହଠାତ ପଣ୍ଡାପଡ଼ା ପୋଲିସ ସଦଳବଳେ ପହଞ୍ଚି କୁକୁଡ଼ା ଲଢେଇକୁ ବନ୍ଦ କରିବାକୁ ଚେଷ୍ଟା କରିଥିଲା। ଲଢେଇ ପାଇଁ ଲୋକେ ଆଣିଥିବା କୁକୁଡ଼ାକୁ ପୋଲିସ ନେଇଯିବାରୁ ସ୍ଥାନୀୟ ଲୋକେ ବିରୋଧ କରିଥିଲେ। ଟେକା ପଥର ମାଡ କରିବାରୁ ପୋଲିସ ଗାଡିର କାଚ ଭାଙ୍ଗିବା ସହ ଥାନା ଅଧିକାରିଣୀ ଆହତ ହୋଇଛନ୍ତି। ସେଠାରେ ଚାପା ଉତ୍ତେଜନା ଲାଗି ରହିଥିବାରୁ ଘଟଣାସ୍ଥଳରେ ଏସଡିପିଓ ପହଞ୍ଚିଥିବା ସୂଚନା ମିଳିଛି।

ମତାମତ ଦିଅନ୍ତୁ ।