କୁକୁଡ଼ା ମୃତ୍ୟୁକୁ ନେଇ ଗୋଷ୍ଠୀ ସଂଘର୍ଷ

ହାଟଡିହି : କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅନ୍ତର୍ଗତ ଅଁରା ଗାଁରେ ଗୋଷ୍ଠୀ ସଂଘର୍ଷ ଘଟି ଆନନ୍ଦ ନାଏକ ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। କୁକୁଡ଼ା ମରିବା ଘଟଣାକୁ ନେଇ ନିଶାପ ଚାଲିଥିବା ବେଳେ ଏପରି ପରିସ୍ଥିତି ସୃଷ୍ଟି ହୋଇଥିଲା ବୋଲି ଜଣାପଡିଛି।

ଖବର ଅନୁଯାୟୀ ଅଁରା ଗ୍ରାମର ଲକ୍ଷ୍ମୀଧର ମଳିକଙ୍କ କୁକୁଡ଼ା ଭୀମସେନ ଖଣ୍ଡେଇଙ୍କ ବାଡ଼ିରେ ତିନିଦିନ ତଳେ ପଶିଥିଲା। ଭୀମସେନ ବାଡ଼ିରେ କରିଥିବା ଶୀତଦିନିଆ ଫସଲରେ କୀଟନାଶକ ପ୍ରୟୋଗ କରିଥିବାରୁ କୁକୁଡ଼ାଟି କୀଟନାଶକ ଖାଇ ମରିଯାଇଥିଲା। ଏହାକୁ ନେଇ ଲକ୍ଷ୍ମୀଧର ଗାଁ ଲୋକଙ୍କୁ ଡାକି ନିଶାପ ଡାକିଥିଲେ। ଶୁକ୍ରବାର ରାତିରେ ଗାଁର ଦକ୍ଷିଣ ସାହିରେ ନିଶାପ ବସିଥିଲା। ଏଥିରେ ଯୁକ୍ତିତର୍କ ଓ ବଚସା ହୋଇ ଶେଷରେ ଗୋଷ୍ଠୀ ସଂଘର୍ଷ ଘଟିଥିଲା। ଏହି ସଂଘର୍ଷରେ ଆନନ୍ଦ ନାଏକ ଗୁରୁତର ଆହତ ହୋଇ ତଳେ ପଡ଼ିଯାଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ଭଦ୍ରକ ଡାକ୍ତରଖାନା ଓ ପରେ କଟକ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ସେଠାରେ ଆନନ୍ଦଙ୍କର ମୃତ୍ୟୁ ଘଟିଛି। ଏହାପରେ ଗାଁରେ ଉତ୍ତେଜନା ଦେଖାଦେଇଥିବାରୁ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।