କୁକୁରଙ୍କୁ ଖାଇବାକୁ ଦେଇ ଛାତ୍ରୀ ଓ ବନ୍ଧୁ ଖାଇଲେ ଚପଲ ମାଡ଼

ବେଙ୍ଗାଲୁରୁ : ବୁଲା କୁକୁରଙ୍କୁ ଖାଇବାକୁ ଦେବାରୁ ଜଣେ ଯୁବତୀ ଓ ତାଙ୍କ ବନ୍ଧୁଙ୍କୁ ପଥର ଓ ଚପଲ ମାଡ଼ ଖାଇବାକୁ ପଡିଛି। ବେଙ୍ଗାଲୁରୁର ନଗରଭାବି ଅଞ୍ଚଳରେ ଘଟିଥିବା ଏହି ଘଟଣାର ଭିଡିଓ ଏବେ ଭାଇରାଲ୍‌ ହେବାରେ ଲାଗିଛି। ଏହି ଘଟଣାଟି ଗତ ଶୁକ୍ରବାର ରାତି ବେଙ୍ଗାଲୁରୁର ନଗରଭାବି ଅଞ୍ଚଳରେ ଘଟିଥିବା ଜଣାପଡ଼ିଛି ।

ଖବର ଅନୁଯାୟୀ ଗତ ଶୁକ୍ରବାର ରାତିରେ ବେଙ୍ଗାଲୁରୁର ନଗରଭାବି ଅଞ୍ଚଳର ଆଇନ୍‌ ଛାତ୍ରୀ ପ୍ରିୟା ଓ ତାଙ୍କ ବନ୍ଧୁ ସତ୍ୟଜିତ୍‌ ବିନାୟ ଲେଆଉଟ୍‌ର ୩୦ କ୍ରସ୍‌ ରୋଡ୍‌ରେ ଯାଉଥିବା ସମୟରେ ଅଟକି ଥିଲେ। ରାସ୍ତାରେ ବୁଲୁଥିବା କିଛି କୁକୁରଙ୍କୁ ପ୍ରିୟା ଖାଇବାକୁ ଦେଇଥିଲେ। ସେ ସବୁଦିନ ଏହି କାମ କରୁଥିଲେ। କିନ୍ତୁ କୁକୁରଙ୍କୁ ଖାଇବାକୁ ଦେବା ସମୟରେ ଜଣେ ବ୍ୟକ୍ତି, ତାଙ୍କ ପତ୍ନୀ ଓ ତାଙ୍କ ପୁଅ ପ୍ରିୟାଙ୍କୁ ଏହା କରିବାକୁ ବାରଣ କରିଥିଲେ। ସେମାନେ ଗଳିରେ କୁକୁର ବୃଦ୍ଧି ପାଉଥିବା କହିବା ସହିତ ପ୍ରିୟାଙ୍କୁ ଗାଳି ଗୁଲଜ୍‌ କରିଥିଲେ। ଏହି ଝଗଡ଼ା ଭିତରେ ତାଙ୍କ ପଡ଼ୋଶୀ ଆସି ବୁଝାସୁଝା କରିବାରୁ ମାମଲା ଶାନ୍ତ ପଡ଼ିଥିଲା।

ପ୍ରିୟା କହିଥିଲେ ସେ ଦୀର୍ଘ ୩ ବର୍ଷ ଧରି ଏହି ଅଞ୍ଚଳରେ ରହୁଥିବା ବେଳେ କୁକୁରମାନଙ୍କ ସେବା ସହ ତାଙ୍କୁ ଓୌଷଧ ଦେଉଛନ୍ତି। ଆଗକୁ ଏହି ସେବା ଜାରି ରଖିବେ। ତେଣୁ ଘଟଣାକୁ ନେଇ ପୋଲିସ୍‌ ଥାନାରେ ମାମଲା ଦାଏର୍ କରିଥିବା ଜଣାପଡ଼ିଛି। ଏହି ଘଟଣାର ଭିଡିଓ ସୋସାଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ଲୋକ ଭିନ୍ନ ଭିନ୍ନ ମତ ଦେଇଛନ୍ତି। କିଛି ପଶୁପ୍ରେମୀ ପ୍ରିୟାଙ୍କୁ ପ୍ରଂଶସା କରିବା ସହିତ ଏହି କାମ ଜାରି ରଖିବାକୁ କହିଥିବା ବେଳେ ଅନ୍ୟ କିଛି ଲୋକ ସହରରେ ବଢ଼ୁଥିବା କୁକୁରଙ୍କ ସଂଖ୍ୟା ସମସ୍ୟ ସୃଷ୍ଟି କରୁଛି ବୋଲି ମତ ଦେଇଥିବା ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *

Back to top button