କୁଳୁକୁଞ୍ଚା ପାଣିରେ ହେବ କରୋନା ପରୀକ୍ଷା

ନୂଆଦିଲ୍ଲୀ : ଏଣିକି କରୋନା ପରୀକ୍ଷା ପାଇଁ ସ୍ୱାବ ନମୁନା ଆବଶ୍ୟକ ହେବନାହିଁ। କୁଳୁକୁଞ୍ଚା ପାଣିରେ ହେବ ଏହି ପରୀକ୍ଷା। ଦେଶର ସର୍ବୋଚ୍ଚ ଚିକିତ୍ସା ଅନୁସନ୍ଧାନ ପ୍ରତିଷ୍ଠାନ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ଏହି ସହଜ ଉପାୟ ବାହାର କରିଛି। ଏହି ବ୍ୟବସ୍ଥାରେ ଫଳାଫଳ ଶୀଘ୍ର ଆସିବ ବୋଲି କୁହାଯାଇଛି।

ଆଇସିଏମଆର ଅଧ୍ୟୟନ ଅନୁଯାୟୀ କୁଳୁକୁଞ୍ଚା ପାଣିର ନମୁନା ସଂଗ୍ରହ ଦ୍ୱାରା କରୋନା ପରୀକ୍ଷା ପାଇଁ ହେଉଥିବା ଖର୍ଚ୍ଚ କମିବ। ଟେଷ୍ଟ କିଟ୍ ର ଆବଶ୍ୟକତା ପଡିବନି। ଏହି ଅଧ୍ୟୟନ କରିଥିବା ଡାକ୍ତରମାନେ ଏମ୍ସ ମେଡିସିନ୍, ଆନାସ୍ଥେସିଆ ଓ କ୍ରିଟିକାଲ୍ କେୟାର ମେଡିସିନରେ କାର୍ଯ୍ୟ କରନ୍ତି। ଏମାନେ ହେଲେ ଡାକ୍ତର ନବନୀତ୍ ୱିଗ୍, ଡାକ୍ତର ମନୀଷ ସୋନେଜା, ଡାକ୍ତର ନୀରଜ ନିଶ୍ଚଳ, ଡାକ୍ତର ଅଙ୍କିତ ମିତ୍ତଲ, ଡାକ୍ତର ଅଞ୍ଜାନ ତ୍ରିଖା ଓ ଡାକ୍ତର କପିଲ ଦେବ ସୋନି। ଏହି ଅଧ୍ୟୟନ କରୁଥିବା ଏହି ଡାକ୍ତରମାନେ କହିଛନ୍ତି ନାକରୁ ସ୍ୱାବ ବାହାର କରିବା ଏକ କଷ୍ଟକର କାର୍ଯ୍ୟ। ଏଥିପାଇଁ ତାଲିମ ଆବଶ୍ୟକ। କିନ୍ତୁ କୁଳୁକୁଞ୍ଚା ପାଣିର ନମୁନା ନେବା ଏକ ଭଲ ବିକଳ୍ପ ହୋଇପାରେ।

ମତାମତ ଦିଅନ୍ତୁ ।