କୁମ୍ଭ ରାଶିକୁ ବୃହସ୍ପତି ଅତିଚାର ଗମନ : ଶୁଭାଶୁଭ ଜାଣନ୍ତୁ

ଚିତ୍ର (ମୀନ) ଦି୨୨ନ, ଅପ୍ରେଲ ୪ ତାରିଖ ରବିବାର। ସୂର୍ଯ୍ୟଦୟ, ବଧି ଦ୨୩ଣ୍ଡ ୩୮ ଲିତାକୁ ଦିବା ୩ ଘଣ୍ଟା ୭ ମିନିଟ ସମୟେ ବୃହସ୍ପତି ଧନିଷ୍ଠା ନକ୍ଷତ୍ର କୁମ୍ଭ ରାଶିକୁ (୨୩/୧୧) ଅତିଚାର ହୋଇ ଗମନ କରିବେ।

ବୃହସ୍ପତି ଗୋଚରେ ଶୁଭ
ମେଷ, ମିଥୁନ, ସିଂହ, ତୁଳା ଓ ମକର ରାଶିର ଗୋଚରେ ଶୁଭଫଳ ପ୍ରାପ୍ତି ହେବ। ଏତଦବ୍ୟତୀତ ଅନ୍ୟ ରାଶିମାନଙ୍କର ଗୋଚରେ ଅଶୁଭ ଫଳ ପ୍ରାପ୍ତି ହେବ।

ବୃହସ୍ପତି ଚଳନ ସମୟରେ ଚନ୍ଦ୍ର ଶୁଭାଶୁଭ
ମିଥୁନ, ମକର ଓ ମୀନ ରାଶିର ଗୋଚରେ ଶୁଭ ଓ ଚନ୍ଦ୍ର ଶୁଭ ହେତୁ ଅତି ଶୁଭଫଳ ପ୍ରାପ୍ତି ହେବ।
ମେଷ, ସିଂହ ଓ ତୁଳା ରାଶିର ଗୋଚରେ ଶୁଭ ଓ ଚନ୍ଦ୍ର ଅଶୁଭ ହେତୁ ଶୁଭଫଳ ପ୍ରାପ୍ତି ହେବ।
କର୍କଟ, କନ୍ୟା ଓ ଧନୁ ରାଶି ମାନଙ୍କର ଗୋଚରେ ଅଶୁଭ ଓ ଚନ୍ଦ୍ର ଶୁଦ୍ଧି ହେତୁ ସମଫଳ ପ୍ରାପ୍ତି ହେବ।
ବୃଷ, ବିଛା ଓ କୁମ୍ଭ ରାଶି ମାନଙ୍କର ଗୋଚରେ ଅଶୁଭ ଓ ଚନ୍ଦ୍ର ଅଶୁଭ ହେତୁ ଅତି ଅଶୁଭ ଫଳ ପ୍ରାପ୍ତି ହେବ।

ଅଶୁଭ ନିମନ୍ତେ ପ୍ରତିକାର
ଚଳନ ସମୟରେ ଗୁଡ, ହଳଦୀ, ହଳଦିଆ ବସ୍ତ୍ର, ପଦ୍ମରାଗ ମଣି, ସମୁଦ୍ର ଲବଣ, ଦକ୍ଷିଣା ସହ ଗ୍ରହବିପ୍ରଙ୍କୁ ଦାନ କଲେ ଅଶୁଭ ଫଳ ହ୍ରାସ ପାଇଥାଏ। ବୃହସ୍ପତି ଅଶୁଭ ଥିବା ପର୍ଯ୍ୟନ୍ତ ହଳଦିଆ ବସ୍ତ୍ର ବ୍ୟବହାର କଲେ ଶୁଭଫଳ ପ୍ରାପ୍ତି ହୁଏ । ଭଗବାନ ବିଷ୍ଣୁଙ୍କ ନାମ ଓ ମନ୍ତ୍ର ଜପକଲେ ଶୁଭଫଳ ପ୍ରାପ୍ତି ହୋଇଥାଏ।

Leave a Reply

Your email address will not be published. Required fields are marked *

Back to top button