କୁମ୍ଭମେଳା : ୪ ଦିନରେ ୩୦୦ କରୋନା ସଂକ୍ରମିତ

ହରିଦ୍ଵାର : ଚଳିତ ବର୍ଷ ଗୋଟିଏ ମାସ କୁମ୍ଭମେଳା କରିବାକୁ ସରକାର ଅନୁମତି ଦେଇଛନ୍ତି। କରୋନା କଟକଣା ଭିତରେ ଏହି ମେଳା ଆରମ୍ଭ ହୋଇଥିଲେ ହେଁ ମାତ୍ର ୪ଦିନରେ ୩୦୦ ବ୍ୟକ୍ତି କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏ ମଧ୍ୟରେ ରହିଛନ୍ତି ଶଙ୍କରାଚାର୍ଯ୍ୟ ଚୌକରେ ଅବସ୍ଥିତ କୃଷ୍ଣ ଆଶ୍ରମରେ ସାତଜଣ ସାଧୁ। କୁମ୍ଭମେଳା ସ୍ଵାସ୍ଥ୍ୟ ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ସଂକ୍ରମିତ ହୋଇଥିବା ସାଧୁମାନଙ୍କୁ ଏବେ ସଙ୍ଗରୋଧରେ ରଖାଯାଇଛି।

ଉତ୍ତରାଖଣ୍ଡର ହରିଦ୍ୱାର ଗଙ୍ଗା କୂଳରେ ଏପ୍ରିଲ ୧ରୁ ୩୦ ପର୍ଯ୍ୟନ୍ତ କୁମ୍ଭମେଳା ହେବ। ଏପ୍ରିଲ ୧୨, ୧୪ ଓ ୨୭ରେ ତିନୋଟି “ଶାହି ସ୍ନାନ” (ମୁଖ୍ୟ ସ୍ନାନ) ରହିଛି। ହେଲେ ଉତ୍ତରାଖଣ୍ଡ ହାଇକୋର୍ଟ କୁମ୍ଭମେଳା ଆରମ୍ଭର ୭୨ଘଣ୍ଟା ପୂର୍ବରୁ କରୋନା ନେଗେଟିଭ ଆରଟି-ପିସିଆର ପରୀକ୍ଷା ରିପୋର୍ଟ ଦାଖଲ ଭକ୍ତଙ୍କ ପାଇଁ ବାଧ୍ୟତାମୂଳକ କରିଛନ୍ତି। କୋଭିଡ୍-୧୯ ଟିକାକରଣ କରିଥିବା ଭକ୍ତମାନଙ୍କୁ ସେମାନଙ୍କର ସାର୍ଟିଫିକେଟ୍ ଏକ ଅଫିସିଆଲ୍ ପୋର୍ଟାଲରେ ଅପଲୋଡ୍ କରିବେ। ସୂଚନାଯୋଗ୍ୟ ୧୨ବର୍ଷରେ ଥରେ ଅନୁଷ୍ଠିତ ହେଉଥିବା କୁମ୍ଭମେଳା ସାଧାରଣତଃ ସାଢ଼େ ତିନି ମାସ ଧରି ଚାଲିଥାଏ। ୨୦୧୦ରେ ଏହି ମେଳା ଜାନୁଆରି ୧୪ରୁ ଏପ୍ରିଲ ପର୍ଯ୍ୟନ୍ତ ଚାଲିଥିଲା।

Leave a Reply

Your email address will not be published. Required fields are marked *

Back to top button