କ୍ଵାରେଣ୍ଟାଇନ ମୁକ୍ତ ହେଲେ ଆଇପିଏସ୍ ବିନୟ ତିୱାରୀ

ମୁମ୍ବାଇ : ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ କରିବାକୁ ମୁମ୍ବାଇ ଆସିଥିବା ବିହାର କ୍ୟାଡରର ଆଇପିଏସ୍ ଅଫିସର ବିନୟ ତିୱାରୀ କ୍ୱାରେଣ୍ଟାଇନ୍‌ ମୁକ୍ତ ହୋଇଛନ୍ତି। ବିହାର ପୋଲିସର ଅନୁରୋଧକ୍ରମେ ମୁମ୍ବାଇ ମହାନଗର ନିଗର ତାଙ୍କୁ ୫ ଦିନର କ୍ୱାରେଣ୍ଟାଇନ୍ ପରେ ଛାଡ଼ି ଦେଇଛି। ତେବେ ବିନୟ ତିୱାରୀ ତାଙ୍କ ରିଟର୍ଣ୍ଣ ଟିକେଟ୍ ଦେଖାଇବାରୁ ବିଏମ୍‌ସି ତାଙ୍କୁ କ୍ୱାରେଣ୍ଟାଇନ୍‌ରୁ ଛାଡ଼ିବାକୁ ନିଷ୍ପତ୍ତି ନେଇଥିବା ବେଳେ ସର୍ତ୍ତ ରଖାଯାଇଛି। ସେ ଅଗଷ୍ଟ ୮ ତାରିଖ ପରେ ମହାରାଷ୍ଟ୍ର ଛାଡ଼ି ପାରିବେ। ଆଉ ବିମାନ ବନ୍ଦର ପର୍ଯ୍ୟନ୍ତ ପ୍ରାଇଭେଟ୍ ଗାଡ଼ିରେ ଜୀବ ସହିତ ସମସ୍ତ ଏସ୍‌ଓପିକୁ ପାଳନ କରିବେ।

ମତାମତ ଦିଅନ୍ତୁ ।