କ୍ୟାଡ୍‌ବରି ଇଣ୍ଡିଆ ନାଁରେ ଠକେଇ ମାମଲା

ନୂଆଦିଲ୍ଲୀ : କ୍ୟାଡ୍‌ବରି ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ନାମରେ ପରିଚିତ ‘ମଣ୍ଡେଲେଜ୍‌ ଫୁଡ୍‌ସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ବିରୋଧରେ ସିବିଆଇ ମାମଲା ରୁଜୁ କରିଛି। ଟିକସ କ୍ଷେତ୍ରରେ ଜାଲ୍‌ ତଥ୍ୟ ଉପସ୍ଥାପନ କରିଥିବା ଅଭିଯୋଗ ହୋଇଛି। ସେଥିପାଇଁ ଆଜି ହରିୟାଣା ଓ ହିମାଚଳ ପ୍ରଦେଶରେ ଥିବା କମ୍ପାନିର ପରିସରରେ ସିବିଆଇ ତଲାସ କରି କାଗଜପତ୍ର ଜବତ କରିଥିବା ଜଣାପଡିଛି।

ଖବର ଅନୁଯାୟୀ ସେଣ୍ଟ୍ରାଲ୍‌ ଏକ୍ସାଇଜ୍‌ ଅଧିକାରୀଙ୍କ ସହ ସଲାସୁତର ଓ ଲାଞ୍ଚ ଦେଇ ବାସ୍ତବ ତଥ୍ୟ ପରିବର୍ତ୍ତନ କରି କାଗଜପତ୍ର ଦାଖଲ କରାଯାଇଛି। ଏହାଦ୍ୱାରା ହିମାଚଳ ପ୍ରଦେଶରେ ଫାଇଭ୍‌-ଷ୍ଟାର୍‌ ଓ ଜେମ୍‌ସ୍‌ ଉତ୍ପାଦନ ୟୁନିଟ୍‌ ପାଇଁ କମ୍ପାନୀ ୨୪୧ କୋଟି ଟଙ୍କାର ଟିକସ ଫାଇଦା ହାସଲ କରିଛି। ଏହି ଆର୍ଥିକ ଅନିୟମିତତା ୨୦୦୯ ଓ ୨୦୧୧ରେ କରାଯାଇଥିବା ଜଣାପଡ଼ିବା ପରେ ପ୍ରାଥମିକ ତଦନ୍ତକୁ ଆଧାର କରି କମ୍ପାନି ବିରୋଧରେ ଏତାଲା ଦିଆଯାଇଛି।

Leave a Reply

Your email address will not be published. Required fields are marked *

Back to top button