କ୍ୟାପିଟାଲ ହସ୍ପିଟାଲ ଟିକାକରଣ କେନ୍ଦ୍ର ପରିଦର୍ଶନ କଲେ ଅପରାଜିତା

0

ଭୁବନେଶ୍ଵର : ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ସକାଳୁ ସକାଳେ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚି ଟିକାକରଣ କେନ୍ଦ୍ର ପରିଦର୍ଶନ କରିଛନ୍ତି।

ଏହି ଅବସରରେ ଅପରାଜିତା ଟିକାକରଣ କେନ୍ଦ୍ରରେ ଉପସ୍ଥିତ ଲୋକଙ୍କ ସହିତ କଥା ହୋଇଛନ୍ତି। ଆଉ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ଵରେ ଦେଶବ୍ୟାପି ଚାଲିଥିବା ଟିକାକରଣ କାର୍ଯ୍ୟକ୍ରମ କ୍ୟାପିଟାଲ ହସ୍ପିଟାଲରେ ସଠିକ୍ ଭାବରେ ଚାଲିଛି। ଲୋକଙ୍କୁ କୋଭାକସିନ୍ ଦିଆଯାଉଛି। ଲୋକ ଭ୍ୟାକସିନ ନେଉଛନ୍ତି କାହାର କିଛି ଅସୁବିଧା ହେଉନାହିଁ। ସେ କହିଲେ ଦେଶରେ ଏପର୍ଯ୍ୟନ୍ତ ସାଢେ ତିନିକୋଟି ଲୋକଙ୍କୁ ଟିକା ଦିଆସରିଛି। କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନଙ୍କ ସହ ଏନେଇ କଥା ହୋଇଛନ୍ତି। ଦେଶରେ ଟିକାର ଅଭାବ ନାହିଁ ବୋଲି କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ କହିଥିବା ଅପରାଜିତା ସୂଚନା ଦେଇଛନ୍ତି।

Leave A Reply

Your email address will not be published.