କ୍ୟୁଆରଏସଏଏମ କ୍ଷେପଣାସ୍ତ୍ରର ପରୀକ୍ଷା

ଚାନ୍ଦିପୁର : ଭୂପୃଷ୍ଠରୁ ଆକାଶକୁ ନିକ୍ଷିପ୍ତ କରାଯାଉଥିବା କ୍ଷେପଣାସ୍ତ୍ର କ୍ୟୁଆରଏସଏଏମର ଆଜି ବାଲେଶ୍ଵର ଚାନ୍ଦିପୁରରୁ ପରୀକ୍ଷଣ କରାଯାଇଛି।

ମଙ୍ଗଳବାର ଅପରାହ୍ନରେ ଚାନ୍ଦିପୁରରୁ ଆଇଟିଆର ୩ନଂ ଲଞ୍ଚପ୍ୟାଡରୁ ଏହି କ୍ଷେପଣାସ୍ତ୍ରର ପରୀକ୍ଷା କରାଯାଇଥିଲା। ଏହା ଏକକ କଠିନ ପ୍ରୋପେଲାଣ୍ଟ ରକେଟ୍ ମୋଟର ଚାଳିତ କ୍ଷେପଣାସ୍ତ୍ର। ଏଥିରେ ସମସ୍ତ ସ୍ଵଦେଶୀ ଯନ୍ତ୍ରାଂଶ ବ୍ୟବହୃତ ହୋଇଛି। ୬ଟି କ୍ୟାନିଷ୍ଟରାଇଜଡ୍ କ୍ଷେପଣାସ୍ତ୍ର ପରିବହନ କରୁଥିବା ଏକ ଭ୍ରାମ୍ୟମାଣ ଉତକ୍ଷେପଣ ଯାନରୁ ଏହାର ପରୀକ୍ଷଣ ହୋଇଥିଲା।

ମତାମତ ଦିଅନ୍ତୁ ।