ଲବଙ୍ଗ ଦୂର କରେ ନକାରାତ୍ମକ ଶକ୍ତି

ଲବଙ୍ଗର ଔଷଧୀୟ ଗୁଣ ସ୍ୱାସ୍ଥ୍ୟ ପକ୍ଷେ ହିତକାରକ। ଅନେକ ରୋଗ ପାଇଁ ହୋଇଥାଏ ଏହାର ବ୍ୟବହାର। ପୂଜାପାଠରେ ମଧ୍ୟ ଦରକାର ପଡେ। କେବଳ ସେତିକି ନୁହେଁ ଘରୁ ନକାରାତ୍ମକ ଶକ୍ତିକୁ ଦୂର କରି ଲବଙ୍ଗ ସକାରାତ୍ମକ ଶକ୍ତି ଉତ୍ପନ୍ନ କରିଥାଏ ବୋଲି କୁହାଯାଏ। ତେବେ ଏହାକୁ କେମିତି ବ୍ୟବହାର କରିବେ ଆସନ୍ତୁ ଜାଣିବା।

୧- ଶନିବାର କିମ୍ୱା ରବିବାର ସନ୍ଧ୍ୟାରେ ୫ଟି ଲବଙ୍ଗ, ୩ଟି କର୍ପୂର ଓ ୩ଟି ଅଳେଇଚକୁ ଏକ ମାଟି କିମ୍ବା ପିତଳ ପାତ୍ରରେ ରଖି ସେଥିରେ ଅଗ୍ନି ସଂଯୋଗ କରନ୍ତୁ। ନିଆଁ ଜଳୁଥିବା ସମୟରେ ଏହାକୁ ଘରର ସବୁ ରୁମ୍‌ରେ ବୁଲାଇବା ପରେ ପାଉଁଶକୁ ମୁଖ୍ୟ ଦ୍ୱାରରେ ଖେଳେଇ ରଖନ୍ତୁ। ଏହାଛଡା ଲବଙ୍ଗ ପାଉଁଶରେ ପାଣି ମିଶାଇ ଘରର ସମସ୍ତ ରୁମ୍‌ରେ ଛିଞ୍ଚି ପାରିବେ। ଏପରି କଲେ ଘରୁ ନକାରାତ୍ମକ ଶକ୍ତି ଦୂର ହୋଇଥାଏ।

୨ – ଶନିବାର ଏକ ତେଲ ଦୀପରେ ତିନି ଚାରୋଟି ଲବଙ୍ଗ ପକାଇ ସେଥିରେ ଅଗ୍ନି ସଂଯୋଗ କରନ୍ତୁ। ଘରର ଏକ ଅନ୍ଧାର କୋଣରେ ଏହାକୁ ରଖି ଦିଅନ୍ତୁ। ଏହାଦ୍ଵାରା ଘରୁ ନକାରାତ୍ମକ ଶକ୍ତି ଦୂର ହୁଏ। ଘରେ ସବୁବେଳେ ରୋଗବେମାର ଲାଗି ରହୁଥିଲେ ସେଥିରୁ ମୁକ୍ତି ମିଳେ।

୩ – ଆପଣ ଯଦି ଘରେ ସୁଖ ସମୃଦ୍ଧି ଚାହୁଁଛନ୍ତି ତେବେ ଲବଙ୍ଗ ଗଛ ଲଗାଇବା ଉଚିତ।

୪ – କିଛି ଲବଙ୍ଗ ପର୍ସରେ ରଖିବା ଦ୍ଵାରା ଅନେକ ଲାଭ ମିଳିଥାଏ।

ମତାମତ ଦିଅନ୍ତୁ ।