ଲଭ୍‌ ଲାଇଫ୍‌କୁ ନେଇ ଚର୍ଚ୍ଚାରେ ଅଭିକା

ମୁମ୍ବାଇ: ଟେଲି ଧାରାବାହିକ ‘ବାଲିକା ବଧୂ’ରେ ଆନନ୍ଦି ଚରିତ୍ରରେ ଅଭିନୟ କରିଥିବା ଅଭିକା ଗୌର ଏବେ ଲଭ୍‌ ଲାଇଫ୍‌କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ସୋଶାଲ୍ ମିଡିଆରେ ପ୍ରେମିକଙ୍କ ନାମ ଘୋଷଣା କରି ସେ ନିଜ ଫ୍ୟାନ୍‌ମାନଙ୍କୁ ସର୍ପ୍ରାଇଜ୍ ଦେଇଛନ୍ତି।

ରିଆଲିଟି ଶୋ’ ‘ରୋଡିଜ୍’ ପ୍ରତିଯୋଗୀ ମିଲିନ୍ଦ ଚାନ୍ଦୱାନୀଙ୍କୁ ଅବିକା ଡେଟ୍ କରୁଛନ୍ତି। ଇନଷ୍ଟାଗ୍ରାମରେ ମିଲିନ୍ଦ ଓ ନିଜର ଦୁଇଟି ରୋମାଣ୍ଟିକ୍ ଫଟୋ ପୋଷ୍ଟ କରିଛନ୍ତି। ପ୍ରଥମ ଫଟୋରେ ଦୁହେଁ ହାତ ଧରି ସମୁଦ୍ର କୂଳରେ ଠିଆ ହୋଇଛନ୍ତି। ଦ୍ୱିତୀୟରେ ଏକ ରୋମାଣ୍ଟିକ୍ ପୋଜ୍ ଦେଇ ପରସ୍ପରକୁ ପ୍ରେମଭରା ଆଖିରେ ଚାହିଁଛନ୍ତି। ଏହି ଫଟୋ ଗୋଆ ଛୁଟି କାଟିବା ବେଳର।

ଅଭିକା ପୋଷ୍ଟରେ ଲେଖିଛନ୍ତି ମୋର ସମସ୍ତ ପ୍ରାର୍ଥନାର ଫଳ ମିଳିଯାଇଛି। ମୁଁ ମୋ ଜୀବନର ପ୍ରେମକୁ ପାଇଛି। ସବୁଦିନ ପାଇଁ ଏହି ସହୃଦୟ ବ୍ୟକ୍ତି ମୋର ଓ ମୁଁ ତାଙ୍କର। ଆମେ ସମସ୍ତେ ଜଣେ ଏପରି ସାଥୀ ଚାହୁଁ ଯିଏ ଆମକୁ ବୁଝିବ, ବିଶ୍ୱାସ କରିବ, ପ୍ରେରଣା ଦେବ ଓ ଯତ୍ନ ନେବ କିନ୍ତୁ ଆମ ମଧ୍ୟରୁ ଅଧିକାଂଶ ଅନୁଭବ କରନ୍ତି ଏଭଳି ସାଥୀ ଖୋଜିବା କଷ୍ଟକର। ତେଣୁ ମୋତେ ଏହା ଏକ ସ୍ୱପ୍ନ ପରି ଲାଗୁଛି। କିନ୍ତୁ ଏହା ସତ। ବହୁତ ବହୁତ ସତ। ମୁଁ ଆପଣ ସମସ୍ତଙ୍କ ପାଇଁ ପ୍ରାର୍ଥନା କରିବି। ମୁଁ ଚାହେଁ ଆପଣ ସମସ୍ତେ ଏହାକୁ ଅନୁଭବ କରନ୍ତୁ ଯାହା ଆଜି ମୁଁ ଅନୁଭବ କରୁଛି।

ମତାମତ ଦିଅନ୍ତୁ ।