ଲଦାଖ : ଥଣ୍ଡାରେ ମରୁଛନ୍ତି ଚୀନ ସେନା

ନୂଆଦିଲ୍ଲୀ : ପୂର୍ବ ଲଦାଖରେ ଥଣ୍ଡା ଆରମ୍ଭ ହୋଇଛି। ଆଗକୁ ପ୍ରକୋପ ବଢିବ। କିନ୍ତୁ ଏବେ ହେଉଥିବା ଥଣ୍ଡା ଚୀନ ସେନାଙ୍କ ପାଇଁ ଅସହ୍ୟ ହେଲାଣି। ପୋଙ୍ଗଙ୍ଗ ହ୍ରଦର ଉତ୍ତର କୂଳରେ ମୁତୟନ ହୋଇଥିବା ଚୀନ ସେନା ଥଣ୍ଡା ସହିପାରୁ ନଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିଲାଣି।

ସୂତ୍ର ଅନୁସାରେ ସପ୍ତାହ ହେବ ଏଲଏସିରେ ପିଏଲଏ ସୈନିକଙ୍କ ମୃତ ଦେହ ଉଦ୍ଧାର କରାଯାଉଛି। କେତେକ ଅସୁସ୍ଥ ସେନୖକଙ୍କୁ ନିକଟସ୍ଥ ଅସ୍ଥାୟୀ କେନ୍ଦ୍ରକୁ ନିଆଯାଉଥିବା ଦେଖାଯାଇଛି। ୧୫ ହଜାରରୁ ୧୬ ହଜାର ଫୁଟ ଉଚ୍ଚରେ ଭାରତ ଓ ଚୀନ ସୈନିକ ରହିଥିବା ବେଳେ ପ୍ରାୟ ୫ ହଜାର ସୈନିକ ପୋଙ୍ଗଙ୍ଗର ଉତ୍ତର କୂଳରେ ଅଛନ୍ତି।

ମତାମତ ଦିଅନ୍ତୁ ।