ଲଗାଣ ବର୍ଷା ଯୋଗୁ ଭଦ୍ରକରେ ବନ୍ୟା ପରିସ୍ଥିତି

ଭଦ୍ରକ : ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଭଦ୍ରକ ଜିଲ୍ଲା ପ୍ରଭାବିତ ହୋଇଛି। ଧାମନଗର ବ୍ଲକ ଓ ଏନ୍ଏସି ଅଞ୍ଚଳରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି। ଏନ୍ଏସି କାର୍ଯ୍ୟାଳୟରେ ପାଣି ପଶି ଯାଇଛି। ବିଇଓଙ୍କ କାର୍ଯ୍ୟାଳୟ ଜଳାର୍ଣ୍ଣବ ହୋଇଥିବା ବେଳେ ଧାମନଗର-ବିରୁହାଁ ରାସ୍ତା ଉପରେ ପାଣି ଚାଲୁଛି। ୪ଟି ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।

ସେହିପରି ହବିବ ନଗର ଏନଏସି କାର୍ଯ୍ୟାଳୟ ସମେତ ସମଗ୍ର ଅଞ୍ଚଳ ଅଧିକ କ୍ଷତିଗ୍ରସ୍ତ ହୋଇଛି। ବର୍ଷା ଯୋଗୁଁ ପାଣି ଜମି ରହିବାରୁ ୮ଟି ଘର ଭୁଶୁଡ଼ି ପଡ଼ିଛି। ପାଣି ଘେରରେ ଥିବା ଲୋକମାନଙ୍କୁ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରିଛି। ଏହାଛଡା ବ୍ଲକ କାର୍ଯ୍ୟାଳୟରୁ ବିଜୁ ପଟ୍ଟନାୟକ ଛକ ରାସ୍ତାରେ ସାଗର ଭୂୟାଁ ପାର୍କ ପାଖରେ ତିନିଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଥିବାରୁ ଲୋକେ ବ୍ଲକ କାର୍ଯ୍ୟାଳୟକୁ ଯାଇ ପାରୁନାହାନ୍ତି। ଲୋକଙ୍କ ଘରେ ପାଣି ପଶି ଯାଇଥିବା ବେଳେ ହେକ୍ଟର ହେକ୍ଟର ଚାଷ ଜମି ପାଣିରେ ବୁଡି ରହିଛି।

ମତାମତ ଦିଅନ୍ତୁ ।