ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା

ଭୁବନେଶ୍ୱର : ଦକ୍ଷିଣପୂର୍ବ ବଙ୍ଗୋପସାଗର ଉପରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୪୮ ଘଣ୍ଟାରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଥିବା ବେଳେ ଏହି ଘୂର୍ଣ୍ଣିବଳୟ ପରବର୍ତ୍ତୀ ୨୪ ଘଣ୍ଟାରେ ଅଧିକ ଘନୀଭୂତ ହେବାର ଆଶଙ୍କା ରହିଛି। ଏହି ପୂର୍ବନୁମାନ କରିଛି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।
ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଘୂର୍ଣ୍ଣିବଳୟ ପ୍ରଭାବରେ ବଙ୍ଗୋପ ସାଗର ଓ ଆଣ୍ଡାମାନ ସାଗର ଉପରେ ପାଗ ମେଘୁଆ ରହିବ। ଆକାଶ ବାଦଲରେ ଆଛାଦିତ ହେବ। ସେହିପରି ଆରବ ସାଗର ଉପରେ ମଧ୍ୟ ଘୂର୍ଣ୍ଣି ବଳୟ ସୃଷ୍ଟିର ସମ୍ଭାବନା ଥିବା କୁହାଯାଇଛି।
ଏହାବ୍ୟତୀତ ଆସନ୍ତା ୪୮ ଘଣ୍ଟା ଭିତରେ ରାଜ୍ୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଥିବା ବେଳେ ବଲାଙ୍ଗିର ଓ ସୋନପୁରକୁ ହିଟ୍ ୱେଭ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି।