ଲଘୁଚାପ ସାମୁଦ୍ରିକ ବାତ୍ୟାର ରୂପ ନେବ !

ଭୁବନେଶ୍ଵର : ଥାଇଲାଣ୍ଡ ଉପକୂଳ ଆଣ୍ଡମାନ ସାଗରରେ ଆସନ୍ତା ୯ ତାରିଖରେଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ଏହା ଅଧିକ ଶକ୍ତିଶାଳୀ ହୋଇ ଉତ୍ତର ପଶ୍ଚିମ ଦିଗରେ ଗତିକରି କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବ। ୧୩ ତାରିଖ ବେଳକୁ ଏହି କ୍ଷେତ୍ର ସାମୁଦ୍ରିକ ବାତ୍ୟାର ରୂପ ନେଇପାରେ ବୋଲି କିଛି ମଡେଲ ସଙ୍କେତ ଦେଉଛନ୍ତି। ଯଦି ଆକଳନ ସଠିକ ହୁଏ ତେବେ ଉତ୍ତର ଆନ୍ଧ୍ର ପ୍ରଦେଶ କିମ୍ବା ଦକ୍ଷିଣ ଓଡ଼ିଶା ଆଡକୁ ସାମୁଦ୍ରିକ ବାତ୍ୟା ଅଗ୍ରସର ହେବାର ପୂର୍ବନୁମାନ କରାଯାଉଛି। ହେଲେ ଏନେଇ ସ୍ପଷ୍ଟ ସୂଚନା ମିଳିନି। ଦୁଇତିନି ମଧ୍ୟରେ ଏହାର ସ୍ପଷ୍ଟ ଚିତ୍ର ମିଳିବ ବୋଲି କୁହାଯାଇଛି।

ମତାମତ ଦିଅନ୍ତୁ ।