ଲଜ୍ଜା : ବ୍ଲାକମେଲ୍ କରି ପୋଲିସ କରୁଥିଲା ମହିଳାଙ୍କୁ ଦୁଷ୍କର୍ମ

ରାମପୁର : ଉତ୍ତର ପ୍ରଦେଶର ରାମପୁର ଜିଲ୍ଲାରେ ଘଟିଛି ଏକ ଲଜ୍ଜାଜନକ ଘଟଣା। ପୋଲିସ ଦ୍ଵାରା ଦୁଷ୍କର୍ମର ଶିକାର ହୋଇଛି ଜଣେ ବିବାହିତା ମହିଳା। କେବଳ ସେତିକି ନୁହେଁ ଦୁଷ୍କର୍ମ ପରେ ଅଶ୍ଳୀଳ ଭିଡିଓ କରି ୬ମାସ ଯାଏଁ ବ୍ଲାକମେଲ୍ କରିବା ସହିତ ସ୍ଵାମୀଙ୍କୁ ମିଥ୍ୟା ମାମଲାରେ ଫସାଇ ଦେବି ବୋଲି ଦେଇଥିବା ଅଭିଯୋଗ ହୋଇଛି।

ଖବର ଅନୁଯାୟୀ ପଟୱାଇ ଥାନା ଅଞ୍ଚଳରେ ଏକ ଗାଁରେ ପୀଡ଼ିତାଙ୍କ ସ୍ଵାମୀଙ୍କର ବିଦ୍ୟୁତ୍ ଉପକରଣ ଦୋକାନ ରହିଛି। ଦୋକାନ ପଛରେ ତାଙ୍କ ଘର। ଦୋକାନକୁ ପଟୱାଇ ଥାନାର ପୋଲିସ୍ ଅମିତ କୁମାର ଜିନିଷ କିଣାକିଣି କରିବାକୁ ଆସୁଥିଲେ। ମହିଳାଙ୍କ ଉପରେ ତାଙ୍କର ଥିଲା ଖରାପ ନଜର। ଥରେ ସୁଯୋଗ ପାଇ ତାଙ୍କୁ ଦୁଷ୍କର୍ମ କରିଥିଲା। ଦୁଷ୍କର୍ମ ପରେ ପୀଡ଼ିତାଙ୍କ ଅଶ୍ଳୀଳ ଭିଡିଓ କରି ତାଙ୍କୁ ବ୍ଲାକମେଲ୍ କରିବା ସହିତ ଧମକ ଦେଇଥିଲେ ଏକଥା କାହାକୁ କହିଲେ ସ୍ଵାମୀଙ୍କୁ ମିଥ୍ୟା ମାମଲାରେ ଫସାଇ ଦେବି। ହେଲେ ସାହସ ଜୁଟାଇ ପୀଡ଼ିତା ସ୍ଵାମୀଙ୍କୁ ସବୁ କଥା କହିବାରୁ ସେ ପୋଲିସରେ ଅଭିଯୋଗ କରିଥିଲେ। ଯାହାର ତଦନ୍ତ ପୋଲିସ ଆରମ୍ଭ କରିଛି।

ଅନ୍ୟପକ୍ଷରେ ପୀଡ଼ିତା ମିଡିଆକୁ ଦେଇଥିବା ତଥ୍ୟ ହେଲା ସେ ଘରେ ଶୋଇଥିବା ସମୟରେ ପଟୱାଇ ଥାନାର ଜଣେ ପୋଲିସ୍ ଘର ପଛପଟୁ ଭିତରକୁ ପଶି ଯାଇଥିଲେ। ତାଙ୍କ ଅଶ୍ଳୀଳ ଫଟୋ ଉଠାଇ ତାଙ୍କୁ ବ୍ଲାକମେଲ୍ କରିଥିଲେ। ଆଉ ବନ୍ଧୁକ ଦେଖାଇ ତାଙ୍କୁ ଦୁଷ୍କର୍ମ କରିଥିଲେ। ୭ମାସ ହେଲା ସେ ଦୁଷ୍କର୍ମ କରି ଆସୁଥିଲେ। ସ୍ଵାମୀ ଏହା ଦେଖିବା ପରେ ସବୁ କଥା ସାମ୍ନାକୁ ଆସିଛି। ପୋଲିସ ଅଧୀକ୍ଷକଙ୍କ କହିଛନ୍ତି ଅଭିଯୋଗ ଆଧାରରେ ତଦନ୍ତ ଚାଲିଛି। ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯିବ।

ମତାମତ ଦିଅନ୍ତୁ ।