ଲକ୍ ଡାଉନ୍ ସମୟରେ ପନିପରିବା ଚାଷକରି ବିକଳ୍ପ ଜୀବିକା ନିର୍ବାହର ମାର୍ଗ ପାଇଛନ୍ତି ଭୁବନେଶ୍ୱରର ଗ୍ରାମୀଣ ମହିଳା

ଭୁବନେଶ୍ୱର : କୋଭିଡ୍‌-୧୯ ପରିସ୍ଥିତିକୁ ଭୁବନେଶ୍ୱରର କିଛି ଗ୍ରାମୀଣ ମହିଳାମାନେ ସୁଯୋଗରେ ପରିଣତ କରିଛନ୍ତି। ନିଜ ବାଡ଼ିରେ କରିଛନ୍ତି ପନିପରିବା ଚାଷ। ଏଥିପାଇଁ ସହଯୋଗ କରିଛନ୍ତି ଏସଓଏସ୍ ଚିଲ୍‌ଡ୍ରେନ୍‌ସ ଭିଲେଜ୍ ଅଫ୍ ଇଣ୍ଡିଆ (ଏସଓଏସ୍‌ସିଭିଆଇ), ଏକ ଶିଶୁ ଯତ୍ନ ଏନଜିଓ। ଲକଡାଉନ୍ ସମୟରେ ଯେଉଁମାନେ ସେମାନଙ୍କର ଜୀବିକା ହରାଇଛନ୍ତି ସେମାନେ ଏକ ଉପଯୁକ୍ତ ଆୟ ପନ୍ଥା ପାଇ ପାରିଛନ୍ତି।

ଯେଉଁ ମହିଳାମାନେ ଶିଶୁମାନଙ୍କର ପ୍ରାଥମିକ ଯତ୍ନପ୍ରଦାନକାରୀ ସେମାନେ ଏସଓଏସସିଭିଆଇର ଗୋଷ୍ଠୀଗତ କାର୍ଯ୍ୟକ୍ରମରେ ପରିବାରକୁ ମଜବୁ୍‌ତ କରିବାରେ ପ୍ରତ୍ୟକ୍ଷ ହିତାଧିକାରୀ ଅଟନ୍ତି। ଏହି କାର୍ଯ୍ୟକ୍ରମ ଜରିଆରେ ଆର୍ଥିକଭାବରେ ଦୁର୍ବଳ ପରିବାରର ଆୟ ବୃଦ୍ଧି କରିବାର ଲକ୍ଷ୍ୟ ରଖାଯାଇଛି ଓ ଏହା ସହିତ ଶିଶୁମାନଙ୍କୁ ଉପଯୁକ୍ତ ଯତ୍ନ ପ୍ରଦାନ ପାଇଁ ମଧ୍ୟ ଦୃଷ୍ଟି ଦିଆଯାଉଛି। ଏହି କାଯ୍ୟକ୍ରମ ଅନ୍ତର୍ଗତ ୨୫୦ ଟି ପରିବାରକୁ ସାମିଲ୍ କରାଯାଇଛି ଯେଉଁଥିରେ ୬୦୦ ପିଲା ସାମିଲ୍ ରହିଛନ୍ତି । ଏଥିରେ ସାମିଲ୍ ହୋଇଥିବା ଗ୍ରାମଗୁଡ଼ିକ ହେଉଛି ଖୋର୍ଦ୍ଦା ଜିଲ୍ଲାର ମହିମାନଗର, କୁଜିମହଲ, ଡାଳୁଅ, ନଧାରା, ଗିରିଙ୍ଗପୁଟ ଓ ହରିଡ଼ାମାଳ ଗ୍ରାମ । ଏହି ପରିବାରରେ ସାମିଲ୍ ରହିଛନ୍ତି ତୋର୍ତିବାଲ୍‌, ଜନଜାତି ଓ ଅନ୍ୟାନ୍ୟ ପଛୁଆ ବର୍ଗ ଶ୍ରେଣୀ ଯେଉଁମାନଙ୍କ ମଧ୍ୟରୁ ଅଧିକ ଶ୍ରମିକ ଭାବରେ କାର୍ଯ୍ୟ କରୁଛନ୍ତି।
ଏସଓଏସସିଭିଆଇ ପକ୍ଷରୁ କୃଷି ସାମଗ୍ରୀ ଯଥା ବିହନ, ବୈଷୟିକ ପରାମର୍ଶ ଓ ଅର୍ଥ ସହାୟତା ଦ୍ୱାରା ମହିଳାମାନେ ଅନେକ ପନିପରିବା ଯଥା ଶାଗ, କଖାରୁ, ବାଇଗଣ ଆଦି ଚାଷ କରିଛନ୍ତି ଓ ଦିନକୁ ଟ.୧୦୦ ଆୟ କରିପାରୁଥିବା ବେଳେ ପରିବାରର ପୋଷକ ଆବଶ୍ୟକତାକୁ ପୁରଣ କରାଯାଇପାରୁଛନ୍ତି।

ଏହି ଗ୍ରାମୀଣ ମହିଳା ଉଦ୍ୟୋଗୀମାନଙ୍କ ଉପରେ ସୂଚନା ପ୍ରଦାନ କରି ସୁମନ୍ତ କର, ସେକ୍ରେଟାରି ଜେନେରାଲ୍‌, ଏସଓଏସସିଭିଆଇ କହିଛନ୍ତି ବାରମ୍ବାର ଲକ୍ ଡାଉନ୍ ହେତୁ ଅଧିକାଂଶ ପରିବାରର ପ୍ରମୁଖ ଆୟକାରୀ ନିଜର ଜୀବିକା ହରାଇଛନ୍ତି ଓ ଆର୍ଥିକ ଚାପର ସମ୍ମୁଖୀନ ହୋଇଛନ୍ତି । ପ୍ରାୟ ୧୦୦ ରୁ ୧୫୦ ଜଣ ଯେଉଁମାନେ ଭୁବନେଶ୍ୱର ଓ ଆଖପାଖ ସ୍ଥାନରେ କାର୍ଯ୍ୟ କରୁଥିଲେ ସେମାନେ ଘରେ ବସିଛନ୍ତି । ତେଣୁ ଆମେ ସେମାନଙ୍କୁ ଏକ ବିକଳ୍ପ ଜୀବିକା ନିର୍ବାହର ମାର୍ଗ ପ୍ରଦାନ କରି ସହଯୋଗ କରୁଛୁ।

ଡାଳୁଅର ଜଣେ ବିଧବା ମହିଳା ହେଉଛନ୍ତି ଶ୍ରୀମତୀ କୁନ୍ତଳା ଜେନା। ତାଙ୍କର ଦୁଇ ଝିଅ ଅଛନ୍ତି ଓ ସେ ଘର ପାଖରେ ଥିବା ଏକ ଛୋଟ ଜାଗାରେ ବାଇଗଣ ଚାଷ କରୁଛନ୍ତି। ବଗିଚାରୁ ପ୍ରତି ଏକ ଦିନ ବ୍ୟବଧାନରେ ୮-୧୦ କେଜି ବାଇଗଣ ଉତ୍ପାଦନ ହେଉଚି। ମହିମା ନଗରର ଶ୍ରୀମତୀ ରିନା ଭୋଇ, ନାଲିପତ୍ର ଶାଗ ଚାଷ କରି ସଫଳତା ପାଇଛନ୍ତି। ଯାହାକୁ ଏହି ଅଂଚଳରେ ବହୁତ ମାତ୍ରାରେ ପସନ୍ଦ କରାଯାଏ। ତାଙ୍କର ଦୁଇଜଣ ପିଲା ଅଛନ୍ତି। ବିଡ଼ା ପିଛା ଟ.୧୦ ହିସାବରେ ରିନା ପ୍ରତି ଏକ ଦିନର ବ୍ୟବଧାନରେ ଟ.୧୦୦ ରୁ ଟ.୧୫୦ ଆୟ କରୁଛନ୍ତି। କୁଜିମହଲର ଶୈଳବାଳା ନାୟକ ଯାହାଙ୍କର ଗୋଟିଏ ଝିଅକୁ ମିଶାଇ ପାଂଚ ଜଣ ସନ୍ତାନ ଅଛନ୍ତି। ସେ ନିଜର ଏକ ବଗିଚା ସୃଷ୍ଟି କରିଛନ୍ତି ଯେଉଁଠାରୁ ସାଇ ପଡ଼ିଶାମାନେ ଆସି ନିୟମିତ କିଛି ନା କିଛି ପରିବା କିଣୁଛନ୍ତି। ତାଙ୍କର ମଧ୍ୟ ଏକ ପନିପରିବା ଦୋକାନ ରହିଛି। ପନିପରିବା ଚାଷର ମଡେଲ୍ ଏକ ନୂତନ, କମ୍ ଖର୍ଚ୍ଚଯୁକ୍ତ ଓ ଜୀବିକା ନିର୍ବାହର ଏକ ବିକଳ୍ପ ମାର୍ଗ ଭାବରେ ସଫଳତାର ସହିତ କାର୍ଯ୍ୟକାରୀ ହୋଇପାରିଛି ଓ ଗ୍ରାମବାସୀମାନେ ଏହା ଦ୍ୱାରା ନିଜ ଗୋଡ଼ରେ ଛିଡ଼ା ହୋଇ ପାରିଛନ୍ତି। ଏସଓଏସସିଭିଆଇ ମଧ୍ୟ ମହିଳାମାନଙ୍କୁ କୁକୁଡ଼ା ଚାଷ ପାଇଁ ପ୍ରୋତ୍ସାହିତ କରୁଛନ୍ତି। ଏହା ସହିତ ଅଣ୍ଡା ବିକ୍ରି, ଜଳଖିଆ ପ୍ରସ୍ତୁତି ଓ ଏହିପରି ମାର୍ଗ ଜରିଆରେ ସେମାନଙ୍କୁ ସ୍ୱାବଲମ୍ବି କରାଇବା ପାଇଁ ଚେଷ୍ଟା କରୁଛି।

Leave a Reply

Your email address will not be published. Required fields are marked *

Back to top button