Breaking Newsରାଜ୍ୟ

ଲକଡାଉନ ସମୟରେ ଗଡିବନି ସିଟି ବସ୍

ଭୁବନେଶ୍ୱର : କରୋନା ସଂକ୍ରମଣ ରୋକିବା ପାଇଁ ଆଜି ରାତି ୯ରୁ କଟକ ଓ ଭୁବନେଶ୍ଵର ମହାନଗର ନିଗମ ଅଞ୍ଚଳରେ ଆସନ୍ତା ୩୧ ଯାଏ ଲାଗୁହେବ ଲକଡାଉନ କଟକଣା। ଏହି ସମୟରେ ସିଟି ବସ୍ ସେବା ବନ୍ଦ ରହିବ। କେବଳ ବିମାନ ଓ ଟ୍ରେନ୍ ଯାତ୍ରୀଙ୍କ ପାଇଁ ଯାତାୟତ ସୁବିଧା ରହିବ। ଅନ୍ୟପକ୍ଷରେ ଆଜିଠାରୁ ୪ ଜିଲ୍ଲା କଟକ, ଯାଜପୁର, ଗଞ୍ଜାମ ଓ ଖୋର୍ଦ୍ଧା ସମେତ ରାଉଲକେଲାରେ ଲକଡାଉନ୍ କଟକଣା ଲାଗୁ ହେବ। ତେଣୁ ଘରୋଇ ବସ୍ ଚଳାଚଳ କରିବ ନାହିଁ।

ମତାମତ ଦିଅନ୍ତୁ ।

Back to top button