ଲକ୍ଷ୍ମୀ ବିଳାସ ବ୍ୟାଙ୍କରୁ ଟଙ୍କା ଉଠାଣ ନେଇ କଟକଣା

ନୂଆଦିଲ୍ଲୀ : ଲକ୍ଷ୍ମୀ ବିଳାସ ବ୍ୟାଙ୍କର ଆର୍ଥିକ କାରବାର କ୍ରମାଗତ ୩ ବର୍ଷ ଧରି ହ୍ରାସ ପାଉଥିବାରୁ ଆଜି ରିଜର୍ଭ ବ୍ୟାଙ୍କ ଟଙ୍କା ଉଠାଣ ସୀମା ଉପରେ କଟକଣା ଲଗାଇଛି। ଆଜି ଠାରୁ ଡିସେମ୍ବର ୧୬ ଯାଏ ଏହା ବଳବତ୍ତର ରହିବ। ଏଣିକି ୨୫ ହଜାରରୁ ଅଧିକ ଟଙ୍କା ଉଠାଇ ପାରିବେ ନାହିଁ। ବ୍ୟାଙ୍କର ଏନପିଏ ବୃଦ୍ଧି ପାଉଥିବାରୁ ଏଥିରୁ ମୁକୁଳିବା ପାଇଁ କର୍ତ୍ତୃପକ୍ଷ କୌଣସି ପ୍ରକାରର ଯୋଜନା କରୁନଥିବାରୁ ଆରବିଆଇ ଏହି ପଦକ୍ଷେପ ନେଇଛି।

ସୂଚନାଯୋଗ୍ୟ ୧୯୨୬ ମସିହାରେ ତାମିଲନାଡୁର କରୁର ଅଞ୍ଚଳରେ ଲକ୍ଷ୍ମୀ ବିଳାସ ବ୍ୟାଙ୍କ ଖୋଲିଥିଲା। ୧୯୫୮ ଜୁନ୍‌ ୧୯ରେ ଆରବିଆଇ ଦେଇଥିଲା ଲାଇସେନ୍ସ। ୧୯୫୮ ଅଗଷ୍ଟ ୧୧ରେ କର୍ମସିଆଲ ବ୍ୟାଙ୍କ ତାଲିକାରେ ସ୍ଥାନ ପାଇଥିଲା। ବ୍ୟାଙ୍କର ୫୬୩ଟି ବ୍ରାଞ୍ଚ ରହିଛି। ଏ ମଧ୍ୟରେ ୭ଟି କର୍ମସିଆଲ ଓ ଗୋଟିଏ ସ୍ୟାଟେଲାଇଟ୍‌ ବ୍ରାଞ୍ଚ ରହିଥିବା ବେଳେ ୫ଟି ଏକ୍ସଟେନସନ କାଉଣ୍ଟର ଏବଂ ୯୭୪ଟି ଏଟିଏମ କାର୍ଯ୍ୟକ୍ଷମ ରହିଛି। ଦେଶର ୧୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଏହି ବ୍ୟାଙ୍କ କାର୍ଯ୍ୟ କରୁଛି।

ମତାମତ ଦିଅନ୍ତୁ ।