ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ

ନୟାଗଡ଼ : ଯଦୁପୁରର ‘ପରୀ’ ହତ୍ୟାକୁ ନେଇ ଚର୍ଚ୍ଚାରେ ରହିଥିବା ନୟାଗଡ଼ର ଜିଲ୍ଲା ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ସରପଞ୍ଚ ସୌମ୍ୟରଂଜନ ପ୍ରଧାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ। ଏନେଇ ଉପ-ଜିଲ୍ଲାପାଳ ନୋଟିସ୍‌ ପଠାଇଥିବା ସୂଚନା ମିଳିଛି।

ଖବର ଅନୁଯାୟୀ ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ପଞ୍ଚାୟତର ୧୫ ୱାର୍ଡସଭ୍ୟଙ୍କ ମଧ୍ୟରୁ ୧୩ ଜଣ ଅନାସ୍ଥା ପ୍ରସ୍ତାବରେ ଦସ୍ତଖତ କରିଛନ୍ତି। ଆସନ୍ତା ୨୦ ତାରିଖରେ ଲକ୍ଷ୍ମୀପ୍ରସାଦ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ ଗ୍ରହଣ ହେବ ବୋଲି ଉପଜିଲ୍ଲାପାଳ ପତ୍ର ଲେଖି ସରପଞ୍ଚ ସୌମ୍ୟରଂଜନ ପ୍ରଧାନଙ୍କୁ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button