ଅନାସ୍ଥାରେ ହାରିଲେ ଲକ୍ଷ୍ମୀପ୍ରସାଦ ସରପଞ୍ଚ

0

ନୟାଗଡ : ନୟାଗଡର କୁନିଝିଅ ‘ପରି’ ଅପହରଣ ଓ ହତ୍ୟା ପ୍ରସଙ୍ଗରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଥିବା ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ସରପଞ୍ଚ ସୌମ୍ୟରଞ୍ଜନ ପ୍ରଧାନ ଆଜି ଆସ୍ଥା ଭୋଟରେ ହାରିଯାଇଛନ୍ତି। ଅନାସ୍ଥା ସପକ୍ଷରେ ୧୫ଟି ଭୋଟ୍ ପଡିଥିବାବେଳେ ବିପକ୍ଷରେ କେହି ଭୋଟ୍ ଦେଇନଥିବା ଜଣାପଡିଛି।

ଖବର ଅନୁଯାୟୀ ଲକ୍ଷ୍ମୀପ୍ରସାଦ ପଞ୍ଚାୟତରେ ୧୬ ଜଣ ୱାର୍ଡମେମ୍ବରଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି। ଗତ ମାସ ୨୬ ତାରିଖରେ ଏହି ୧୫ଜଣ ୱାର୍ଡମେମ୍ବର ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ଆଣିବା ପାଇଁ ଉପଜିଲ୍ଲାପାଳଙ୍କ ନିକଟରେ ଆବେଦନ କରିଥିଲେ। ଆଜି (୨୦ ତାରିଖ) ଅନାସ୍ଥା ଭୋଟ୍ ପାଇଁ ଉପଜିଲ୍ଲାପାଳ ନୋଟିସ୍ କରିଥିଲେ। ପଞ୍ଚାୟତ କାର୍ଯ୍ୟାଳୟରେ ୧୫ ଜଣ ୱାର୍ଡମେମ୍ବର ଉପସ୍ଥିତ ରହି ଭୋଟ୍ ଦେଇଥିଲେ। କିନ୍ତୁ ସରପଞ୍ଚ ସୌମ୍ୟ ପଞ୍ଚାୟତ କାର୍ଯ୍ୟାଳୟକୁ ଆସିନଥିଲେ। ଶାନ୍ତିଶୃଙ୍ଖଳା ପାଇଁ ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ପରିସରରେ ୧୪୪ ଧାରା କରାଯାଇ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା।

Leave A Reply

Your email address will not be published.