Breaking Newsଅପରାଧ
ଲାଞ୍ଚ ଅଭିଯୋଗରେ ଏଏସ୍ଆଇ ସସ୍ପେଣ୍ଡ୍

କଟକ : ଲାଞ୍ଚନେବା ଅଭିଯୋଗରେ ଲାଲବାଗ ଥାନା ଏ.ଏସ.ଆଇ ବେଣୁଧର ଦାସଙ୍କୁ ସସ୍ପେଣ୍ଡ କଟକ ଡିସିପି ପ୍ରତୀକ ସିଂହ ନିଲମ୍ବିତ କରିଛନ୍ତି।
ଖବର ଅନୁଯାୟୀ, ଏଏସଆଇ ବେଣୁଧର ଦାସ ଗତ ୨୯ ତାରିଖ ଦିନ ହାଇକୋର୍ଟ ନିକଟରେ ହେଲମେଟ ଚେକିଂ କରୁଥିବା ବେଳେ ଜଣେ ବ୍ୟକ୍ତିଙ୍କଠାରୁ ୫୦ ଟଙ୍କା ଲାଞ୍ଚ ନେଇଥିଲେ। ଏହି ଖବର ଗଣମାଧ୍ୟମରେ ପ୍ରସାରଣ ହେବାପରେ ଡିସିପି ପ୍ରତୀକ ସିଂହ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।