ଲାଞ୍ଚ ମାମଲା : ନନ୍ଦପୁର ସିଡିପିଓ ନିଲମ୍ବିତ

ଜୟପୁର : ଭିଜିଲାନ୍‌ସ ଦ୍ୱାରା ଧରାପଡ଼ିଥିବା ନନ୍ଦପୁର ସିଡିପିଓ ସ୍ନିଗ୍ଧାରାଣୀ ମିଶ୍ରଙ୍କୁ କୋରାପୁଟ ଜିଲ୍ଲାପାଳ ଚାକିରିରୁ ନିଲମ୍ବନ କରିଛନ୍ତି। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସେ କୋରାପୁଟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ରିପୋର୍ଟ କରିବେ। ତାଙ୍କୁ ନ ଜଣାଇ ମୁଖ୍ୟାଳୟ ଛାଡ଼ି ପାରିବେ ନାହିଁ ବୋଲି ନିର୍ଦ୍ଦେଶରେ କୁହାଯାଇଛି।

ସୂଚନାଯୋଗ୍ୟ ସ୍ନିଗ୍ଧାରାଣୀଙ୍କୁ ଅକ୍ଟୋବର ୨୮ ତାରିଖ ଦିନ ଗିରଫ କରାଯାଇ ୪୮ ଘଣ୍ଟାରୁ ଅଧିକ ସମୟ ଜେଲ୍‌ ହାଜତକୁ ନିଆଯାଇଥିଲା। ଟେବୁ ନିଲମ୍ବନ ଆଦେଶ ସେହି ତାରିଖରୁ କାର୍ଯ୍ୟକାରୀ ହେବ। ଏହାଛଡ଼ା ନନ୍ଦପୁର ବିଡିଓଙ୍କୁ ଆଇସିଡିଏସ୍‌ର ଅର୍ଥ ଉଠାଣ କ୍ଷମତା ଦିଆଯାଇଥିବା ବେଳେ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ସୁପରଭାଇଜର୍‌ ମୋନାଲିସା ଖେମୁଣ୍ଡୁ ନନ୍ଦପୁର ସିଡିପିଓ ଦାୟିତ୍ୱରେ ରହିବେ। ଉଭୟ ଅଧିକାରୀ ନିଜ ଦାୟିତ୍ୱ ସହ ଏହି ଅତିରିକ୍ତ ଦାୟିତ୍ୱ ତୁଲାଇବା ବୋଲି କୁହାଯାଇଛି।

ମତାମତ ଦିଅନ୍ତୁ ।