ଲାଞ୍ଚ ନେଇ ରାଜସ୍ୱ ନିରୀକ୍ଷକ ଗିରଫ

ଭଦ୍ରକ : ଭିଜିଲାନ୍ସ ଜାଲରେ ଧାମରା ନିକଟସ୍ଥ କଇଥଖୋଲା ଆର୍‌ଆଇଇ କୃଷ୍ଣ ଦାସ। ଲଞ୍ଚ ନେବା ଅଭିଯୋଗରେ ବାଲେଶ୍ୱର ଭିଜିଲାନ୍‌ସ ଟିମ୍‌ ଦ୍ୱାରା ଗିରଫ ହୋଇଛନ୍ତି।

ଖବର ଅନୁଯାୟୀ କଇଥଖୋଲା ଗାଁର ସତ୍ୟ ପ୍ରକାଶ ନାୟକ ନାମକ ଜଣେ ଲୋକଙ୍କ ଠାରୁ ଜମିଜମା କିଣା ନେଇ ୭ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ବାଲେଶ୍ୱର ଭିଜିଲାନ୍‌ସ ଟିମ୍‌ ଚଢଉ କରି ସଂପୃକ୍ତ ଆର୍‌ଆଇ କୃଷ୍ଣ ଦାସଙ୍କୁ ଗିରଫ କରିଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।