ଲାପଟପ୍ ବଦଳରେ ସରକାର ଛାତ୍ରଛାତ୍ରୀଙ୍କୁ ଦେବେ ୩୦ ହଜାର ଟଙ୍କା

ଭୁବନେଶ୍ୱର : ଯୁକ୍ତ ଦୁଇ ପରୀକ୍ଷାରେ ଭଲ ନମ୍ବର ରଖି କୃତକାର୍ଯ୍ୟ ହେଉଥିବା ୧୫ ହଜାର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ରାଜ୍ୟ ସରକାର ପ୍ରତିବର୍ଷ ବିଜୁ ଯୁବ ସଶକ୍ତିକରଣ ଯୋଜନାରେ ଲ୍ୟାପଟପ୍ ବଣ୍ଟନ କରିଥାନ୍ତି। ଚଳିତବର୍ଷଠାରୁ ଲ୍ୟାପଟପ୍ ବଦଳରେ ଛାତ୍ରଛାତ୍ରୀମାନଙ୍କୁ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର (ଡିବିଟି) ମାଧ୍ୟମରେ ୩୦ ହଜାର ଟଙ୍କା ଦିଆଯିବ ବୋଲି ଜଣାପଡ଼ିଛି।

ରାଜ୍ୟ ଉଚ୍ଚଶିକ୍ଷା ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟ ସରକାର ବିଜୁ ଯୁବ ସଶକ୍ତିକରଣ ଯୋଜନାରେ ଯୁକ୍ତ ଦୁଇ ପରୀକ୍ଷାରେ ଭଲ ନମ୍ବର ରଖିଥିବା ୧୫ହଜାର ଛାତ୍ରଛାତ୍ରୀଙ୍କୁ ଚଳିତବର୍ଷ ଲାପଟପ୍ ନଦେଇ ୩୦ହଜାର ଟଙ୍କା ଦେବେ। ଯାହାଫଳରେ ସେମାନେ ନିଜ ପସନ୍ଦ ଅନୁସାରେ ଲାପଟପ୍ କିଣିବାକୁ ସୁଯୋଗ ପାଇବେ। ଏହି ଲାପଟପ୍ ଅର୍ଥ ପାଇବା ପାଇଁ ମେଧାବୀ ଛାତ୍ରଛାତ୍ରୀଙ୍କୁ ମାର୍ଚ୍ଚ ୧୮ତାରିଖ ସୁଦ୍ଧା ଉଚ୍ଚଶିକ୍ଷା ବିଭାଗର ୱେବସାଇଟ୍‌ରେ ଆବଶ୍ୟକ ଦସ୍ତାବିଜ ଅପଲୋଡ୍ କରିବାକୁ ପଡ଼ିବ।

ସୂଚନାଯୋଗ୍ୟ, ଯୁକ୍ତ ଦୁଇ ପରୀକ୍ଷାରେ ଅଧିକ ନମ୍ବର ରଖି କୃତକାର୍ଯ୍ୟ ହେଉଥିବା ୧୫ହଜାର ପିଲାଙ୍କ ମଧ୍ୟରେ କଳା ବର୍ଗରେ ୫୪୦୦, ବିଜ୍ଞାନରେ ୭ହଜାର ,ବାଣିଜ୍ୟରେ ୨ହଜାର, ଧନ୍ଦାମୂଳକ ଶିକ୍ଷାରେ ୨୦୦ ଓ ସଂସ୍କୃତି ବିଶ୍ୱବିଦ୍ୟାଳୟର ୪୦୦ଜଣ ମେଧାବୀ ଛାତ୍ରଛାତ୍ରୀ ରହିଛନ୍ତି। ଲାପଟପ୍ ବଣ୍ଟନ ପାଇଁ ଛାତ୍ରଛାତ୍ରୀ ଚୟନ ପ୍ରକ୍ରିୟା ଗତବର୍ଷଠାରୁ ଜିଲ୍ଲାସ୍ତରରେ ହେଉଛି। ଚଳିତବର୍ଷ ଏଥିପାଇଁ ରାଜ୍ୟ ସରକାର ୪୫କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ଜଣାପଡ଼ିଛିି।

Leave a Reply

Your email address will not be published. Required fields are marked *

Back to top button