ଲାଠିରେ ପିଟିଥିବା କନଷ୍ଟେବଳ ନିଲମ୍ବିତ

କରଞ୍ଜିଆ : ହେଲମେଟ୍ ଓ ମାସ୍କ ଚେକିଂ ବେଳେ ଲାଠି ମାଡ଼ରେ ଯୁବକଙ୍କ ମୁଣ୍ଡ ଫାଟିବା ଘଟଣାରେ ସମ୍ପୃକ୍ତ କନଷ୍ଟେବଳ ନିଲମ୍ବିତ। ଡ୍ରାଇଭରଙ୍କୁ କାର୍ଯ୍ୟରୁ ପ୍ରତ୍ୟାହାର କରି ନିଆଯାଇଥିବା ଜଣାପଡିଛି।

ଖବର ଅନୁଯାୟୀ ଗତକାଲି ସନ୍ଧ୍ୟାରେ କରଞ୍ଜିଆ ସାହାରାପଡ଼ା ବାଇପାସ୍ ଛକରେ ପୋଲିସ ପକ୍ଷରୁ ହେଲମେଟ୍ ଓ ମାସ୍କ ଚେକିଂ ହେଉଥିଲା। ଏହି ସମୟରେ ସେହି ରାସ୍ତା ଦେଇ ଯାଉଥିବା ଜଣେ ଯୁବ ବ୍ୟବସାୟୀକୁ ପୋଲିସ ଲାଠିରେ ପିଟିବାରୁ ତାଙ୍କ ମୁଣ୍ଡ ଫାଟିଥିବା ଅଭିଯୋଗ ହୋଇଥିଲା। ସ୍ଥାନୀୟ ଅଞ୍ଚଳର ଲୋକେ ସଂପୃକ୍ତ ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇବାରୁ ପୋଲିସ ଅଧିକାରୀ ସେଠାରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ସ୍ଥିତି ସ୍ଵାଭାବିକ ହୋଇଥିଲା। ଏହି ଘଟଣାରେ କନଷ୍ଟେବଳ ଆର.କେ. ସିଂହକୁ ମୟୂରଭଞ୍ଜ ଏସପି ନିଲମ୍ବନ କରିଥିବା ବେଳେ ଡ୍ରାଇଭର ମାନସ କୁମାର ସ୍ୱାଇଙ୍କୁ କାର୍ଯ୍ୟରୁ ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button