ଲେଡି ଗାଗାଙ୍କ ଗୋଟିଏ ବେଡ୍ ରୁମ୍ ଭଡା ଏକ ଲକ୍ଷରୁ ଅଧିକ

ନ୍ୟୁୟର୍କ : ପପ୍ ଗାୟିକା ଲେଡି ଗାଗାଙ୍କ ନ୍ୟୁୟର୍କ ସହରର ଲୋୟର ଇଷ୍ଟ ସାଇଡ୍ ରେ ଥିବା ଫ୍ଲାଟ ଘରକୁ ଭଡା ଦିଆଯିବ। ସେ ଏଠାରେ ରହୁଥିଲେ। ଏବେ ଏହି ଫ୍ଲାଟ ପାଇଁ ଭଡାଟିଆ ଖୋଜୁଛନ୍ତି।

ଖବର ଅନୁଯାୟୀ ଲେଡି ଗାଗାଙ୍କ ଘରେ ରହିବାକୁ ହେଲେ ପ୍ରତି ମାସରେ ୧,୪୫,୫୧୩ ଟଙ୍କା ଦେବାକୁ ପଡିବ। ୧୩ ମାସ ପାଇଁ ଘରକୁ ଲିଜରେ ନେଲେ ଦୁଇମାସ ପାଇଁ ଭଡ଼ା ଦେବାରୁ ରିହାତି ମିଳିବ। ଲେଡି ଗାଗା ତିନି ବର୍ଷ ଧରି ଏହି ଘରେ ରହିଆସୁଛନ୍ତି। ଏହା ନ୍ୟୁୟର୍କ ସହରର୧୭୬ ଷ୍ଟାଣ୍ଟନ୍ ଷ୍ଟ୍ରିଟ୍ ରେ। ତାଙ୍କର ସୁପର ହିଟ୍ ଆଲବମ୍ ‘ଦି ଫେମ୍’ର ସୁଟିଂ ଏହିଠାରେ କରାଯାଇଥିଲା। ଯୁଦ୍ଧ ପୂର୍ବରୁ ତିଆରି ହୋଇଥିବା ଏହି ଆପାର୍ଟମେଣ୍ଟର ଛାତର ଉଚ୍ଚତା ୧୦ ଫୁଟ୍ ଓ ଅନେକ ୱିଣ୍ଡୋ ରହିଛି।

ଲେଡି ଗାଗାଙ୍କର କାଲିଫର୍ନିଆର ହଲିଉଡ ହିଲ୍ସରେ ଆଉ ଏକ ଘର ମଧ୍ୟ ଅଛି। ଓସ୍କାର ପୁରସ୍କାର ଜିତିଥିବା ଗାଗାଙ୍କ ହଲିଉଡ ହିଲ୍ସ ଘରର ମୂଲ୍ୟ ୩୮ କୋଟି ୨୧ ଲକ୍ଷ ୮ ହଜାର ୩୮୭ ଟଙ୍କା। ଏହା ବ୍ୟତୀତ ତାଙ୍କର ମାଲିବୁ ବିଚ୍ ନିକଟରେ ମଧ୍ୟ ଏକ ଘର ରହିଛି। ବର୍ତ୍ତମାନ ଲେଡି ଗାଗା ଇଟାଲୀରେ ରହି ତାଙ୍କର ନୂଆ ଫିଲ୍ମର ପ୍ରସ୍ତୁତି କରୁଛନ୍ତି। ଗତ କିଛିଦିନ ହେବ ଦୁଇଟି କୁକୁର ଚୋରି ହେତୁ ଲେଡି ଗାଗା ଚର୍ଚ୍ଚାରେ ରହିଥିଲେ। ଅବଶ୍ୟ ପରେ ତାଙ୍କ କୁକୁର ଦୁଇଟି ମିଳିଯାଇଥିଲା।

Leave a Reply

Your email address will not be published. Required fields are marked *

Back to top button