ଲିଙ୍ଗରାଜଙ୍କ ପୀଠରେ ରାତି ୧୦ରେ ଉଠିବ ମହାଦୀପ

ଭୁବନେଶ୍ଵର : ପ୍ରସିଦ୍ଧ ଶୈବପୀଠ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ରାତି ୧୦ଟାରେ ଉଠିବ ମହାଦୀପ। ମନ୍ଦିର ପରିସରରେ କୋଭିଡ କଟକଣା ପାଳନ କରାଯିବ। ଏହି ନିୟମ ପାଳନ କରି ଭକ୍ତମାନେ ଜାଗର ଜାଳିବେ। ମହାଦୀପ ଉଠିବା ପରେ ଭକ୍ତଙ୍କୁ ଠାକୁର ଦର୍ଶନ ସୁଯୋଗ ମିଳିବ ନାହିଁ। ପ୍ରଭୁ ଲିଙ୍ଗରାଜଙ୍କ ଜାଗର ପାଇଁ ମନ୍ଦିର ୩ ସେବାୟତଙ୍କ ନିଯୋଗଙ୍କ ସହ ପୋଲିସ ପ୍ରଶାସନର ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଏଥିସହ କୋଭିଡ କଟକଣା ସହିତ ଶାନ୍ତି ଶୃଙ୍ଖଳାରେ ଭକ୍ତ କିଭଳି ଜାଗର ଜାଳିବେ ସେ ନେଇ ବ୍ୟାପକ ଆଲୋଚନା କରାଯାଇଛି।

ବୈଠକର ନିଷ୍ପତ୍ତି ଅନୁଯାୟୀ ମନ୍ଦିର ପରିସରରେ ପୋଲିସ ଫୋର୍ସ ମୁତୟନ ସହିତ ଟ୍ରାଫିକ ବ୍ୟବସ୍ଥା ରହିବ। ୧୦ଟାରେ ମହାଦୀପ ଉଠିବା ପରେ ଶ୍ରଦ୍ଧାଳୁମାନେ କିପରି ମନ୍ଦିର ବାହାରକୁ ଯିବେ ଏବଂ ଭକ୍ତ ଦୀପ ଜାଳିବା ପାଇଁ ଏକତ୍ରିତ ହୋଇ ନ ବସିବେ ସେଥିପ୍ରତି ଧ୍ୟାନ ଦିଆଯିବ। ବୈଠକରେ ମନ୍ଦିର ପ୍ରଶାସନ, ଜିଲା ପ୍ରଶାସନ, ସେବାୟତ ଓ ତିନି ନିଯୋଗ ଉପସ୍ଥିତ ଥିଲେ।

ଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଇଁ ବିଏମସି ମଧ୍ୟ କଟକଣା ଲଗାଇଛି। ୧୦ ବର୍ଷରୁ କମ୍ ୬୦ ବର୍ଷରୁ ଉର୍ଦ୍ଧ୍ଵ ବୟସ୍କଙ୍କୁ ମନ୍ଦିର ପ୍ରବେଶକୁ ବାରଣ କରାଯାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସାମାଜିକ ଦୂରତ୍ଵ ଓ ମାସ୍କ ପରିଧାନ ବାଧ୍ୟତାମୂଳକ କରାଯାଇଛି। ଶ୍ରଦ୍ଧାଳୁଙ୍କ ପାଇଁ ପିଇବା ପାଣିର ବ୍ୟବସ୍ଥା କରାଯିବ। ସମସ୍ତ ନିଯୋଗ ଏହି ଜାଗର ଯାତ୍ରାରେ ସହଯୋଗ କରିବେ ବୋଲି ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *

Back to top button