ପରିସ୍ଥିତି ବିଗିଡିଲେ ହେବ ଲକ୍ ଡାଉନ୍ : ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ଵର : ଦେଶର କିଛି ରାଜ୍ୟରେ କରୋନା ସଂକ୍ରମଣ ବଢିବା ପରେ ଓଡିଶାରେ ଏବେ ଚିନ୍ତା ବଢିବାରେ ଲାଗିଲାଣି । ଏହାକୁ ଦେଖି ରାଜ୍ୟ ସରକାର ଆଗୁଆ ସତର୍କତା ଗ୍ରହଣ କରିଛନ୍ତି । ତେବେ ପରିସ୍ଥିତି ବିଗିଡିଲେ ରାଜ୍ୟରେ ଲକ୍ ଡାଉନ୍ ହୋଇପାରେ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାଶ କହିଛନ୍ତି । ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟ ସରକାର ପରିସ୍ଥିତି ଉପରେ କଡା ନଜର ରଖିଛନ୍ତି । ଲୋକଙ୍କୁ ସଚେତନ କରାଯାଉଛି । ଜିଲ୍ଲାପାଳ ଓ ଏସପିଙ୍କୁ ସଜାଗ ରଖାଯାଇଛି । ଆହୁରି ମଧ୍ୟ କୋଭିଡ୍ ନିୟମ ମାନିବାକୁ ସ୍ବାସ୍ଥ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। କରୋନା ଟେଷ୍ଟିଂ ବଢାଇବାକୁ ମଧ୍ୟ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, କୋଭିଡ୍ ଗାଇଡ୍ ଲାଇନ୍ କଡ଼ାକଡ଼ି ପାଳନ ପାଇଁ ଆଗରୁ ନିର୍ଦ୍ଦେଶ ଦେଇସାରିଛନ୍ତି ସ୍ବତନ୍ତ୍ର ରିଲିଫ୍ କମିଶନର । ସମସ୍ତ ଜିଲ୍ଲାପାଳ, ପୌର କମିଶନର ଓ ଏସପିଙ୍କୁ ଏନେଇ ନିର୍ଦ୍ଦେଶ ଦିଆଯାଇଥିଲା । ସର୍ବସାଧାରଣ ସ୍ଥାନ, ଶିଳ୍ପାଞ୍ଚଳ, ଶିକ୍ଷାନୁଷ୍ଠାନ ଓ କର୍ମକ୍ଷେତ୍ରରେ ସାମାଜିକ ଦୂରତ୍ବ ଅବଲମ୍ବନ କରିବା ସହିତ ମାସ୍କ ବ୍ୟବହାର କରିବା ବାଧ୍ୟତାମୂଳକ କରାଯାଇଛି । ହାଟ ବଜାରରେ ନିୟମିତ ନିୟମିତ ମାଇକ୍ ଯୋଗେ ଘୋଷଣା ସହିତ ଜନସାଧାରଣଙ୍କୁ ସଚେତନ କରାଇବାକୁ ପରାମର୍ଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *

Back to top button