ଲୋକସଭାରେ ବିଲ୍ ପାସ୍: ସାଂସଦ ପାଇବେ ଏତିକି ଟଙ୍କା

ନୂଆଦିଲ୍ଲୀ : କରୋନା ମହାମାରୀ ପାଇଁ ସାଂସଦଙ୍କ ଦରମା ୩୦ ପ୍ରତିଶତ ହ୍ରାସ କରାଯାଇଛି। ଲୋକସଭାରେ ପାସ୍ ହୋଇଛି ସଂସଦ ସଦସ୍ୟ ବେତନ, ଭତ୍ତା ଓ ପେନଶନ ବିଲ୍। ବର୍ଷକ ପର୍ଯ୍ୟନ୍ତ ସାଂସଦମାନଙ୍କୁ ଦରମା ୩୦ ପ୍ରତିଶତ କମ ମିଳିବ। ସେହିପରି ପ୍ରତି ବର୍ଷ ସାଂସଦ ପାଣ୍ଠିକୁ ମିଳୁଥିଲା ତାହା ମଧ୍ୟ କାଟ ହୋଇଛି। କରୋନା ଲଢେଇ ପାଇଁ ଏହି ଅର୍ଥ ବିନିଯୋଗ ହେବ।

ସୋମବାର ଲୋକସଭାରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଳାଦ ଯୋଶୀ ସଂସଦର ନିମ୍ନକକ୍ଷରେ ସାଂସଦଙ୍କ ବେତନ, ଭତ୍ତା ଓ ପେନଶନ୍ ସଂଶୋଧନ ବିଲ୍-୨୦୨୦କୁ ଆଗତ କରିଥିଲେ। ଆର୍ଟିକିଲ ୧୦୬ ଅନୁଯାୟୀ ସରକାର ଏହି ସଂଶୋଧନ ଆଣିଛନ୍ତି। ଯାହାର ବ୍ୟବସ୍ଥା ଅନୁଯାୟୀ ସାଂସଦଙ୍କ ଦରମା ୧ ବର୍ଷ ପର୍ଯ୍ୟନ୍ତ କାଟ୍ କରାଯିବ। କେବଳ ସାଂସଦ ନୁହଁନ୍ତି ପ୍ରଧାନମନ୍ତ୍ରୀ, କ୍ୟାବିନେଟ୍ ମନ୍ତ୍ରୀ ଓ ରାଷ୍ଟ୍ରମନ୍ତ୍ରୀଙ୍କର ମଧ୍ୟ ଦରମା କାଟ ହେବ। ୧ ଅପ୍ରେଲ ୨୦୨୦ରୁ ଆଗାମୀ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ।

ମତାମତ ଦିଅନ୍ତୁ ।