ଲୋକସେବା ଭବନରେ କରୋନା ଭୟ

ଭୁବନେଶ୍ଵର : ଲୋକସେବା ଭବନରେ କରୋନା ଭୟ। କିଛି କର୍ମଚାରୀ ପଜିଟିଭ୍ ସୂଚନା ମିଳିବା ପରେ ତନାଘନା ଆରମ୍ଭ ହୋଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସବୁ ବିଭାଗକୁ ଚିଠି ଲେଖାଯାଇ ଆବଶ୍ୟକ ପ୍ରତିକାରମୂଳକ ପଦକ୍ଷେପ ଗ୍ରହଣ କରିବାକୁ ତାଗିଦ୍ କରାଯିବା ସହ ଏକ ମାର୍ଗଦର୍ଶିକା ଜାରି କରାଯାଇଛି।

ମାର୍ଗଦର୍ଶିକା ଅନୁଯାୟୀ ସରକାରୀ ଅଫିସରୁଯଦି କିଏ କରୋନା ଆକ୍ରାନ୍ତ ଚିହ୍ନଟ ହୁଅନ୍ତି ତାଙ୍କୁ ତୁରନ୍ତ ହୋମ୍ ଆଇସୋଲେସନରେ ରହିବାକୁ କୁହାଯିବ। ନଚେତ କୋଭିଡ ଟ୍ରିଟମେଣ୍ଟ ସେଣ୍ଟରକୁ ପଠାଯାଇ କଣ୍ଟାକ୍ସ ଟ୍ରେସିଂ କରାଯିବ। ତାଙ୍କ ସଂସ୍ପର୍ଶରେ ଆସିଥିବା କର୍ମଚାରୀଙ୍କୁ ମଧ୍ୟ କ୍ୱାରେଣ୍ଟିନରେ ରଖାଯିବ।
କରୋନା ଆକ୍ରାନ୍ତ ଚିହ୍ନଟ ସରକାରୀ କର୍ମଚାରୀ ଯେଉଁ ଅଫିସରେ କାମ କରୁଥିଲେ, ସେହି ସ୍ଥାନକୁ ବିଶୋଧନ କରାଯିବ। ଯଦି ଏକାଧିକ ପଜିଟିଭ ବାହାରନ୍ତି କିମ୍ବା ୪୮ ଘଣ୍ଟା ମଧ୍ୟରେ ଆକ୍ରାନ୍ତ ସେହି ସ୍ଥାନକୁ ଯାଇଥାନ୍ତି, ତେବେ ସେହି ସ୍ଥାନକୁ ସିଲ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି ଅଧିକ ଆକ୍ରାନ୍ତ ବାହାରନ୍ତି, ପୁରା ବିଲ୍ଡିଂକୁ ମଧ୍ୟ ସିଲ୍ କରାଯାଇପାରେ। ଏପରି ପରିସ୍ଥିତିରେ ସମସ୍ତ କର୍ମଚାରୀଙ୍କୁ ଘରୁ କାମ କରିବାକୁ କୁହାଯିବ।

ମତାମତ ଦିଅନ୍ତୁ ।