ଲୋନ୍ ମୋରାଟୋରିୟମ୍ ଅବଧି‌ ବୃଦ୍ଧି କରାଯିବ ନାହିଁ

0

ନୂଆଦିଲ୍ଲୀ : ଆସନ୍ତା ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ମୋରାଟୋରିୟମର ଅବଧି ରହିଛି। ଏହାକୁ ଆଉ ବୃଦ୍ଧି କରାଯିବ ନାହିଁ ଓ ପୁରା ସୁଧ ଛାଡ କରିବା ଅସମ୍ଭବ ବୋଲି ଆଜି ସୁପ୍ରିମକୋର୍ଟ କହିଛନ୍ତି। କୋର୍ଟ କହିଛନ୍ତି ଯଦି ଏଭଳି କରାଯାଏ ତେବେ ବ୍ୟାଙ୍କ ଗୁଡିକ ଉପରେ ପ୍ରଭାବ ପଡବି।

ମଙ୍ଗଳବାର ଲୋନ୍‌ ମୋରାଟୋରିୟମ ମାମଲାକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ଜଷ୍ଟିସ୍ ଅଶୋକ ଭୂଷଣ, ଜଷ୍ଟିସ୍ ଆର୍, ଭୂଷଣ ରେଡ୍ଡୀ ଓ ଜଷ୍ଟିସ୍ ଏମ.ଆର ଶାହାଙ୍କ ଦ୍ୱାରା ଗଠିତ ତିନି ଜଣିଆ ଖଣ୍ଡପୀଠ ଶୁଣାଣି କରି କହିଛନ୍ତି କରୋନା ମହାମାରୀ ସମୟରେ କେବଳ କମ୍ପାନୀ ନୁହେଁ ସରକାର ବହୁତ କ୍ଷତି ସହିଛନ୍ତି। ତେଣୁ ଅର୍ଥନୈତିକ ପଲିସି ମାମଲାରେ କୋର୍ଟ କୌଣସି ହସ୍ତକ୍ଷେପ କରିବେ ନାହିଁ। ସରକାର ଆରବିଆଇ ଉପରେ ଚାପ ପକାଇବାରେ କୋର୍ଟର କୌଣସି ଅଧିକାର ନାହିଁ।

କେନ୍ଦ୍ର ସରକାରଙ୍କ ତରଫରୁ ଏହି ମାମଲା ନେଇ ସୁପ୍ରିମକୋର୍ଟରେ ଏକ ଉଲ୍ଲେଖନାମା ଦିଆଯାଇଛି। ସେଥିରେ ସ୍ପଷ୍ଟ କୁହାଯାଇଛି ସରକାର ବିଭିନ୍ନ ସେକ୍ଟରରେ ପର୍ଯ୍ୟାପ୍ତ ପରିମାଣର ରିହାତି ଛାଡ କରିଛନ୍ତି। ମହାମାରୀ ସମୟରେ ଆହୁରି ଅଧିକ ଛାଡ କରିବା ସମ୍ଭବ ନୁହେଁ। ମଧ୍ୟମ ସେକ୍ଟରରେ ରିହାତି ପାଇଁ କୌଣସି ନିର୍ଦ୍ଦେଶନାମା ନାହିଁ। ଏହାପୂର୍ବରୁ ଋଣକାରୀଙ୍କ ଇଏମଆଇ ଉପରେ ଅନେକ ଛାଡ କରାଯାଇଛି। ଗତବର୍ଷ ଆରବିଆଇ ଋଣ ପ୍ରଦାନ କାରୀ ସଂସ୍ଥାକୁ ମୋରିଟୋରିୟମ ନେଇ ଜଣାଇଥିଲେ। ଯାହାର ଅବଧି ୩୧ ଅଗଷ୍ଟ ଯାଏଁ ବୃଦ୍ଧି କରାଯାଇଛି।

Leave A Reply

Your email address will not be published.