ଲୁମସ୍‍ ଡ଼ିଜିଟାଲ ନାମରେ ହେବ ନୂଆ ବ୍ୟବସାୟ

ଭୁବନେଶ୍ୱର : ଲୁମସ୍‍ ଡ଼ିଜିଟାଲ ଗଠନ କରିବାକୁ ଲୁମସ୍‍ ଟେକ୍‍ନୋଲୋଜି ଓ ଟିସିଜି ଡ଼ିଜିଟାଲ କମ୍ପାନୀଦ୍ୱୟ ଏକ କୌଶଳାତ୍ମକ ମିଳିତ ଉଦ୍ୟୋଗ ଗଠନ କରିଛନ୍ତି। ଲୁମସ୍‍ର ରହିଥିବା ଏବଂ ସମ୍ଭାବ୍ୟ ଗ୍ରାହକମାନଙ୍କର ବିଶୋଧନ, ପେଟ୍ରୋକେମିକାଲ, ଗ୍ୟାସ ପ୍ରକ୍ରିୟାକରଣ ପ୍ରକଳ୍ପସମୂହ, ହାଇଡ୍ରୋକାର୍ବନ ପ୍ରକ୍ରିୟାକରଣ ମୂଲ୍ୟ ଶୃଙ୍ଖଳର ସମସ୍ତ କ୍ଷେତ୍ରରେ ଡ଼ିଜିଟାଲ ଆନାଲିସିସ୍‍ ଓ ପରିଚାଳନାଗତ ସମାଧାନ କାର୍ଯ୍ୟକାରୀ କରିବା ଦିଗରେ ଏହି ଉଦ୍ୟୋଗ କାର୍ଯ୍ୟ କରିବ।

ଏ ସମ୍ପର୍କରେ ଦି ଚାଟାର୍ଜୀ ଗ୍ରୁପ୍‍ର ପ୍ରତିଷ୍ଠାତା ଅଧ୍ୟକ୍ଷ ଡ. ପୂର୍ଣ୍ଣେନ୍ଦୁ ଚାଟାର୍ଜୀ କହିଛନ୍ତି ସାମ୍ପ୍ରତିକ ଜଟିଳ ସମୟରେ ଡ଼ିଜିଟାଲାଜେସନ୍‍ ଭଳି ସୁଯୋଗ ଯୋଗାଇଦେଇ ଆମେ ଆମର ପ୍ରିୟ ଗ୍ରାହକମାନଙ୍କୁ ଆଧୁନିକ ପ୍ରଯୁକ୍ତି ଜରିଆରେ ନିରନ୍ତର ମୂଲ୍ୟ ପ୍ରଦାନ କରିବା ପ୍ରୟାସ ଜାରି ରଖିଛୁ। ଏହି ମିଳିତ ଉଦ୍ୟୋଗ ଟିସିଜି କ୍ରେଷ୍ଟ, ଆମର ଗବେଷଣା ବିଶ୍ୱବିଦ୍ୟାଳୟ, ଲାବ୍‍ଭାଣ୍ଟେଜ ଓ ହଳଦିଆ ପେଟ୍ରୋକେମିକାଲ୍‍ଓ ଭଳି ଗ୍ରୁପ୍‍ର ଅନ୍ୟାନ୍ୟ କ୍ଷେତ୍ରରେ ସମ୍ମିଳିତ ଭାବେ ନୂଆ ଉଦ୍ଭାବନ କରିବ।

ଲୁମସ୍‍ ଟେକନୋଲୋଜିର ପ୍ରେସିଡେଣ୍ଟ ତଥା ଚିଫ୍‍ ଏକ୍‍ଜିକ୍ୟୁଟିଭ ଅଫିସର ଲିଓନ୍‍ ଡି ବ୍ରୁୟାନ୍‍ କହିଛନ୍ତି ଆମ ଶିଳ୍ପର ସ୍ଥିତି ସୁନିଶ୍ଚିତ କରିବାକୁ ଲୁମସ୍‍ ଡ଼ିଜିଟାଲକୁ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ ଭାବରେ ଆରମ୍ଭ କରୁଛୁ। ଆମେ ସହଭାଗିତା କରୁଥିବା ଟିସିଜି ଡ଼ିଜିଟାଲ ଏଭଳି ଏକ କମ୍ପାନୀ ଯାହାର ବିବିଧ ଶିଳ୍ପରେ ଥିବା ଗ୍ରାହକଙ୍କ ପାଇଁ ଡିଜିଟାଲାଇଜେସନ ଓ ଡାଟା ଆଧାରିତ ମୂଲ୍ୟ ସୃଷ୍ଟି କରିବାର ପ୍ରମାଣିତ ରେକର୍ଡ ରହିଛି। ଲୁମସ୍‍ ଡ଼ିଜିଟାଲ ଆମ ଗ୍ରାହକମାନଙ୍କର କାର୍ଯ୍ୟାବଳୀ ଓ ଆସେଟ୍‍ ଗୁଡିକର ଡିଜିଟାଲାଇଜ କରିବା ଦିଗରେ ଉଭୟ କମ୍ପାନୀର ପାରଦର୍ଶିତାର ଉପଯୁକ୍ତ ଫାଇଦା ଉଠାଇବା ନେଇ ଆମେ ଦୃଢ ନିଶ୍ଚିତ। ଉଲ୍ଲେଖନୀୟ ଅଭିବୃଦ୍ଧି ଆଶା କରାଯାଉଥିବା ଭାରତର ବିଶୋଧନ, ପେଟ୍ରୋକେମିକାଲ ଏବଂ ଗ୍ୟାସ ପ୍ରକ୍ରିୟାକରଣ ବଜାରରେ ଲୁମସ୍‍ ଡ଼ିଜିଟାଲ ସୁଯୋଗ ଅନୁଧ୍ୟାନ କରିବ। କମ୍ପାନୀ ଆମେରିକା, ମଧ୍ୟପ୍ରାଚ୍ୟ ଏବଂ ୟୁରୋପରେ ମଧ୍ୟ ତୁରନ୍ତ କାର୍ଯ୍ୟ ଆରମ୍ଭ କରିବ।

ଟିସିଜି ଡ଼ିଜିଟାଲର ଚିଫ୍‍ ଏକ୍‍ଜିକ୍ୟୁଟିଭ ଅଫିସର ଦେବଦାସ ସେନ୍‍ କହିଛନ୍ତି ଏହି ସହଭାଗିତା ଟିସିଜି ଡ଼ିଜିଟାଲ ଏବଂ ଲୁମସ୍‍ ଟେକ୍‍ନୋଲୋଜିକୁ ସେମାନଙ୍କର ମୂଳ ପାରଦର୍ଶିତା ଓ ସାମର୍ଥ୍ୟ ଆଧାରରେ ଆଗକୁ ବଢିବ। ବିଶୋଧନ ଓ ପେଟ୍ରୋକେମିକାଲ୍‍ସ ଶିଳ୍ପର ଦ୍ରୁତ ପରିବର୍ତ୍ତଶୀଳ ଆବଶ୍ୟକତା ପୂରଣ କରିବା ଦିଗରେ ସୁଯୋଗ ପ୍ରଦାନ କରିବା ନେଇ ଆମେ ଅତ୍ୟନ୍ତ ଆନନ୍ଦିତ।

ମତାମତ ଦିଅନ୍ତୁ ।