ଲୁଟ୍‌ ସାମଗ୍ରୀ ବିକୁଥିଲେ ଗ୍ୟାଙ୍ଗ ମୁଖ୍ୟଙ୍କ ପତ୍ନୀ

କଟକ : ଆନ୍ତଃଜିଲ୍ଲା ଲୁଟେରା ଗ୍ୟାଙ୍ଗ ଚୌଦ୍ୱାର ପୋଲିସ ହାତରେ ଧରାପଡ଼ିଛି। ମୁଖ୍ୟ ଅଭିଯୁକ୍ତ ହରିହର ପତ୍ନୀଙ୍କ ମାଧ୍ୟମରେ ଲୁଟ୍‌ ସୁନା ଓ ରୂପା ଆଦିକୁ ବିକ୍ରି କରୁଥିଲେ। ଗ୍ୟାଙ୍ଗର ୭ଜଣ ସଦସ୍ୟଙ୍କ ମଧ୍ୟରୁ ୫ ଜଣଙ୍କୁ ପୋଲିସ ଧରିବା ପରେ ଏହି କଥା ଜଣାପଡିଛି। ଲୁଟେରାଙ୍କ ନିକଟରୁ ୨୨୦ ଗ୍ରାମ ସୁନା ଅଳଙ୍କାର, ୨୩୭ ଗ୍ରାମ ରୂପା ଓ ୨ଟି ଗାଡ଼ି ଜବତ ହୋଇଛି। ଗିରଫଙ୍କ ମଧ୍ୟରେ ହରିହର ସାମଲ, ତାଙ୍କ ସ୍ତ୍ରୀ ମାମି ସାମଲ, ତପୁ ଓରଫ୍ ସୂର୍ଯ୍ୟକାନ୍ତଙ୍କ ସମେତ ୫ଜଣ ରହିଛନ୍ତି।

ମତାମତ ଦିଅନ୍ତୁ ।