ଲୁଟିନେଲେ ୩ ଲକ୍ଷ ଟଙ୍କାର ଟମାଟୋ

ସୁରଜପୁର : କରୋନା କଟକଣା ସମୟରେ ଏକ ପିକଅପ୍ ଭ୍ୟାନରୁ ୩ ଲକ୍ଷ ଟଙ୍କାର ଟମାଟୋ ଲୁଟ ହୋଇଛି। ଲକଡାଉନ ଯୋଗୁଁ ପନିପରିବା ଦର ଆକାଶଛୁଆଁ ଥିବାରୁ ଲୁଟେରାମାନେ ଏଭଳି କରିଥିବା ଜଣାପଡିଛି।

ଖବର ଅନୁଯାୟୀ ଶନିବାର ବିଳମ୍ବିତ ରାତିରେ ବିଳାସପୁରରୁ ଅମ୍ବିକାପୁର ଯାଉଥିବା ଏକ ଟମାଟୋ ବୋଝେଇ ପିକଅପ୍ ଭ୍ୟାନ। କେତକୀ ଖାଦାନ ନିକଟରେ ଦୁଇଜଣ ଯୁବକ ଭ୍ୟାନକୁ ନେଇ ଫେରାର ହୋଇଯାଇଥିଲେ। ପିକଅପ୍ ଡ୍ରାଇଭର ଅଭିଯୋଗ ହେଲା କେତକୀ ନିକଟରେ ଦୁଇ ଯୁବକ ପରସ୍ପର ମଧ୍ୟରେ ମାଡଗୋଳ କରୁଥିବା ଦେଖି ସେ ଅଟକି ଯାଇଥିଲେ। ଏହି ସମୟରେ ଦୁଇ ଯୁବକ ଡ୍ରାଇଭରକୁ ମାଡମାରି ପିକଅପ୍ ଭ୍ୟାନ ନେଇ ପଳାଇ ଯାଇଥିଲେ। ଅଭିଯୋଗ ପାଇ ପୋଲିସ ଦୁଇ ଲୁଟେରାଙ୍କୁ ଗିରଫ କରିଛି।

ମତାମତ ଦିଅନ୍ତୁ ।