Breaking Newsଦେଶ-ବିଦେଶ
ଲ୍ୟାଣ୍ଡଲାଇନ୍ରୁ ମୋବାଇଲକୁ କଲ୍ ପୂର୍ବରୁ ‘୦’ ଲଗାଇବାକୁ ହେବ

ନୂଆଦିଲ୍ଲୀ : ଆସନ୍ତା କାଲି (ଶୁକ୍ରବାର) ଠାରୁ ଲ୍ୟାଣ୍ଡ୍ଲାଇନ୍ରୁ ମୋବାଇଲକୁ କଲ୍ କଲେ ନମ୍ବର ପୂର୍ବରୁ ‘୦’ ଲଗାଇବାକୁ ପଡ଼ିବ। ଟେଲିକମ୍ ବିଭାଗ (ଡଟ୍)ର ନିର୍ଦ୍ଦେଶାନୁସାରେ ଭାରତୀ ଏୟାର୍ଟେଲ୍ ଏହାର ଗ୍ରାହକମାନଙ୍କୁ ଏ ନେଇ ସୂଚିତ କରିଛି।
ଭୋଡ଼ାଫୋନ ଆଇଡିଆ, ରିଲାଏନ୍ସ ଜିଓ, ରାଷ୍ଟ୍ରାୟତ୍ତ ବିଏସ୍ଏନ୍ଏଲ୍ ଓ ଏମ୍ଟିଏନ୍ଏଲ୍ ମଧ୍ୟ ସମାନ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିକ୍ସଡଲାଇନ୍ରୁ ମୋବାଇଲ ନମ୍ବରକୁ କଲ୍ କଲେ ନମ୍ବର ପୂର୍ବରୁ ‘୦’ ଲଗାଇବା ପାଇଁ ଗତବର୍ଷ ମେ’ ମାସରେ ଟେଲିକମ୍ ନିୟାମକ ଟ୍ରାଇ ଡଟ୍କୁ ପରାମର୍ଶ ଦେଇଥିଲା। ଜାନୁଆରୀ ୧୫ ତାରିଖରୁ ଏହାକୁ ବାଧ୍ୟତାମୂଳକ କରାଯାଇଛି।