ମା’ ଧାନ କଟୁଥିବା ବେଳେ ପାଣିରେ ବୁଡିଗଲେ ଦୁଇ ଝିଅ

ମାଲକାନଗିରି : ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅନ୍ତର୍ଗତ ପୁଷୁଗୁଡା ପଞ୍ଚୟତ ମୁକାନପାଲ୍ଲୀ ଗାଁରେ ଦୁଃଖଦ ଘଟଣା ଘଟିଛି। ମା’ ଧାନ କଟୁଥିବା ବେଳେ ପାଣିରେ ବୁଡି ଝିଅଙ୍କର ଜୀବନ ଯାଇଛି। ଜଣଙ୍କର ବୟସ ୩ ବର୍ଷ ଓ ଅନ୍ୟ ଜଣେ ୬ ବର୍ଷର ବୋଲି ଜଣାପଡିଛି।

ଖବର ଅନୁଯାୟୀ ମୁକାନପାଲ୍ଲୀ ଗାଁର ଉପେଲ ଗଙ୍ଗାଙ୍କ ସ୍ତ୍ରୀ ଘରଠାରୁ ୫୦୦ ମିଟର ଦୂରରେ ଥିବା ବିଲକୁ ଧାନ କାଟିବାକୁ ଯାଇଥିଲେ। ସାଙ୍ଗରେ ଯାଇଥିଲେ ଦୁଇ ଝିଅ। ମା’ ଧାନ କାଟୁଥିବା ବେଳେ ପାଖରେ ଥିବା ଗାଡିଆ ନିକଟରେ ଖେଳୁଥିବା ଦୁଇ ଭଉଣୀ ପାଣିରେ ପଡି ଯାଉଥିଲେ। କିଛି ସମୟ ପରେ ମା’ ବିଲରୁ ଆସି ଦୁଇ ଝିଅଙ୍କୁ ଖୋଜିଥିଲେ ହେଁ ପାଇନଥିଲେ। ପରେ ଦୁଇ ଶିଶୁଙ୍କ ମୃତଦେହ ପାଣିରୁ ଉଦ୍ଧାର କରାଯାଇଥିଲା।

ମତାମତ ଦିଅନ୍ତୁ ।