ମା’ ଓ ଝିଅ ଉପରେ ଟ୍ରାକ୍ଟର ଚଢ଼ାଇଦେଲା

କାସଗଞ୍ଜ : ଗଣଦୁଷ୍କର୍ମର ଶିକାର ହୋଇଥିବା ଜଣେ ଯୁବତୀ ଓ ତାଙ୍କ ମା’ଙ୍କୁ ଟ୍ରାକ୍ଟର ଚଢ଼ାଇ ହତ୍ୟା କରିଛି ଅଭିଯୁକ୍ତ ଯଶବୀର। ଜାମିନରେ ଆସିବା ପରେ ସେ ଏଭଳି କାଣ୍ଡ ଘଟାଇ ଥିବାରୁ ପୋଲିସ୍‌ ଯଶବୀରକୁ ଗିରଫ କରିଛି।

ଖବର ଅନୁଯାୟୀ ଘଟଣାଟି ହେଲା ଉତ୍ତର ପ୍ରଦେଶର କାସଗଞ୍ଜର ଆମପୁର ଅଞ୍ଚଳର। ଟଙ୍କା କାରବାରକୁ ନେଇ କିଛିବର୍ଷ ତଳେ ଯଶବୀର ଓ ପୀଡ଼ିତାଙ୍କ ପରିବାର ଲୋକଙ୍କ ମଧ୍ୟରେ ମାରପିଟ ହୋଇଥିଲା। ଯଶବୀରର ବାପା ମହାବୀରଙ୍କ ହତ୍ୟାକାଣ୍ଡ ଘଟଣାରେ ଗିରଫ ହୋଇଥିଲେ ପୀଡ଼ିତାଙ୍କ ବାପା ଓ ଦାଦା। ସେମାନେ ଜେଲରେ ଥିବାବେଳେ ପୀଡ଼ିତା ଓ ତାଙ୍କ ମା’ ଯଶବୀରଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିବାରୁ ତାଙ୍କୁ ଗିରଫ କରଯାଇଥିଲା। ଅଳ୍ପଦିନ ତଳେ ସେ ଜାମିନରେ ଆସିଥିଲେ। ବାପାଙ୍କ ମୃତ୍ୟୁର ପ୍ରତିଶୋଧ ନେବାକୁ ଯଶବୀର ମା’-ଝିଅଙ୍କୁ ଟ୍ରାକ୍ଟର ଛାଡ଼ି ମାରିବା ପରେ ଫେରାର ହୋଇଯାଇଥିଲା। ତେବେ ପୋଲିସ ଗୁରୁବାର ତାଙ୍କୁ ଗିରଫ କରିଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।