ମା’କୁ ମାରି ନିଜେ ଖାଇଲା ଓ କୁକୁରକୁ ଦେଲା

ନୂଆଦିଲ୍ଲୀ : ଅମାନୁଷିକ ଘଟଣା। ବୃଦ୍ଧା ମା’କୁ ହତ୍ୟା କରି ମୃତ ଶରୀରକୁ ହଜାରେ ଖଣ୍ଡ କରିଥିଲା ପୁଅ। ଟିଫିନ୍‌ ବକ୍ସରେ ରଖି ନିଜେ ଖାଇଲା ଓ ପାଳିତ କୁକୁରକୁ ଖୁଆଇଲା। ସ୍ପେନ୍‌ରେ ଏପରି ଘଟିଥିବା ବେଳେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି। ମାମଲା ଏବେ କୋର୍ଟରେ। ଦୋଷୀ ସାବ୍ୟସ୍ତ ହେଲେ ମିଳିବ ୧୫ ବର୍ଷ ସଜ୍ଜା।

‘ଦି ସନ’ରେ ପ୍ରକାଶିତ ଖବର ଅନୁଯାୟୀ ଘଟଣାଟି ସ୍ପେନ୍‌ରେ ଘଟିଛି। ଅଭିଯୁକ୍ତ ୨୮ ବର୍ଷୀୟ ଆଲବର୍ଟୋ ସାଞ୍ଚେଜ୍‌ ଗୋମେଜ୍‌ ନିଜ ୬୮ ବର୍ଷୀୟା ମା’ ମାରିଆଙ୍କୁ ହତ୍ୟା କରିଥିଲା। ମୃତକଙ୍କ ଜଣେ ବନ୍ଧୁ ଥାନାରେ ନିଖୋଜ ମାମଲା ଦାଏର କରିବା ପରେ ପ୍ରକୃତ ଘଟଣା ଜଣାପଡିଥିଲା। ୨୦୧୯ ଫେବୃଆରୀ ୨୧ରେ ପୋଲିସ ଆଲବର୍ଟୋ ଘରେ ପହଞ୍ଚି ତାଙ୍କୁ ଗିରଫ କରିଥିଲା।

ଆଲବର୍ଟୋ ପୋଲିସକୁ କହିଥିଲା ମୋ ମା’ ଏଇଠି ଅଛି। କିନ୍ତୁ ମରିଯାଇଛି। ମୁଁ ଓ କୁକୁର ତାକୁ ଖଣ୍ଡ ଖଣ୍ଡ କରି ଖାଇଯାଇଛୁ। ପୋଲିସ ଅଧିକାରୀ ଫ୍ରିଜ୍‌ରୁ ମାରିଆଙ୍କ ଶରୀରର କିଛି ଅଂଶ ପାଇଥିଲେ। ଅନ୍ୟ ଏକ ରିପୋର୍ଟରୁ ଜଣାପଡ଼ିଛି ମା’ ସହ ଝଗଡ଼ା ହେବା ପରେ ଅଭିଯୁକ୍ତ ଆଲବର୍ଟୋ ତାଙ୍କ ତଣ୍ଟି ଚିପି ଦେବାରୁ ମାରିଆଙ୍କ ମୃତ୍ୟୁ ହୋଇଥିଲା। ପ୍ରମାଣ ନଷ୍ଟ କରିବାକୁ ସେ ମୃତଦେହକୁ ଛୁରୀରେ ଖଣ୍ଡ ଖଣ୍ଡ କରି କାଟିଥିଲା। ସେସବୁକୁ ଟିଫିନ୍‌ରେ ରଖିଥିଲା। କିଛି ଖଣ୍ଡକୁ ଫ୍ରିଜ୍‌ ଲୁଚାଇ ଆଉ କିଛି ପ୍ଲାଷ୍ଟିକ୍‌ ଥଳିଆରେ ପୂରାଇ ବାହାରେ ଫିଙ୍ଗି ଦେଇଥିଲା। ବୁଧବାର କୋର୍ଟରେ ଅଭିଯୁକ୍ତ କହିଛି ମା’ଙ୍କୁ କେହି ମାରିଥିବା ନେଇ ଶବ୍ଦ ଶୁଣିଥିଲା। କିନ୍ତୁ ମା’କୁ ମାରିବା ଓ ଖଣ୍ଡ ଖଣ୍ଡ କରିବା ନେଇ ତା’ର କିଛି ମନେ ନାହିଁ। ଏହାଛଡା ମା’ର ମାଂସ ଖାଇଥିବା ମନେ ନଥିବା ମଧ୍ୟ କୋର୍ଟକୁ ଆଲବର୍ଟୋ କହିଛି।

Leave a Reply

Your email address will not be published. Required fields are marked *

Back to top button