ମାଛହାଟ ଉଚ୍ଛେଦକୁ ନେଇ ଉତ୍ତେଜନା

ଭଦ୍ରକ : ତିହିଡି ବ୍ଲକ ଦୋଳସାହି ଗେଟ୍ ବଜାର ମାଛହାଟ ଉଚ୍ଛେଦକୁ ନେଇ ଉତ୍ତେଜନା ଲାଗି ରହିଛି। ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବେ ମାଛ ବ୍ୟବସାୟୀ ଧମକ ଦେଇଛନ୍ତି।

ଖବର ଅନୁଯାୟୀ ଗତ ସୋମବାର ଦୋଳସାହି ଗେଟ୍ ବଜାର ମାଛହାଟ ଉଚ୍ଛେଦ ହୋଇଥିଲା। ଏହାକୁ ଦୋକାନୀ। ଆଇନ୍‌ଜୀବି ଓ ସ୍ଥାନୀୟ ସମିତିସଭ୍ୟ ପ୍ରମୁଖ ବିରୋଧ କରିଥିଲେ। କିନ୍ତୁ ତହସିଲଦାରଙ୍କ ନିର୍ଦ୍ଦେଶକ୍ରମେ ଦୁଇ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ଉଚ୍ଛେଦ କରଯାଇଥିଲା। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ମାଛହାଟ ଦୋକାନୀମାନେ ଆଇନ୍‌ର ଆଶ୍ରୟ ନେବେ ବୋଲି କହିଛନ୍ତି।

ମତାମତ ଦିଅନ୍ତୁ ।