ମଦ ବେପାରୀକୁ ଛାଞ୍ଚୁଣୀ ମାଡ

ଭଦ୍ରକ : ମଦ ବେପାରୀକୁ ଛାଞ୍ଚୁଣୀ ମାଡ। ମଦ ପେଟିକୁ ଧରାଇ ରାସ୍ତାରେ ଚଲାଇ ଥାନାକୁ ନେଲେ ମହିଳା। ଭଦ୍ରକ ଜିଲ୍ଲା ତିହିଡି ଅଂଚଳରେ ଏହି ଘଟଣା ଘଟିଛି।

ଖବର ଅନୁଯାୟୀ ତିହିଡି ଅଞ୍ଚଳରେ ଜନୈକ ବ୍ୟକ୍ତି ଗାଁରେ ଚୋରା ମଦ କାରବାର କରନ୍ତି। ବାଇକ୍ ଯୋଗାଣ ହୁଏ ମଦ। ପୂର୍ବରୁ ମଦ ବେପାରୀ ମହିଳାମାନେ ମାଡ଼ ଦେଇଥିଲେ। ତଥାପି ସୁଧୁରିଲେନି ଏଇ ବ୍ୟକ୍ତି। ଜାରି ରଖିଥିଲେ ବେପାର। କିନ୍ତୁ ମହିଳା ଗୋଷ୍ଠୀକୁ ଖବର ମିଳିଲା ସେଇ ବ୍ୟକ୍ତି ଜଣକ ବାଇକରେ ମଦ ନେଇ ଯାଉଛି। ତେଣୁ ଗୋଷ୍ଠୀର ମହିଳାମାନେ କୋଲହ ପେଟ୍ରୋଲ ଟାଙ୍କି ନିକଟରେ ତାଙ୍କୁ ଅଟକାଇବାରୁ ବାଇକ ପଛରେ ବନ୍ଧଯାଇଥିବା ୮ଟି ପେଟିରୁ ମିଳିଲା ଆସ୍କା ୪୦ ମଦ।

ଏହା ଦେଖିବା ପରେ ମହିଳାମାନେ ରାଗିଯାଇ ବେପାରୀକୁ ମଦ ପେଟି ଧରାଇ ପ୍ରାୟ ୩ କିଲୋମିଟର ଚଲାଇ ତିହିଡି ଥାନାକୁ ଆଣିଥିଲେ। ମଦ ପେଟି ଧରି ଚାଲିବା ସମୟରେ ବେପାରୀକୁ ମହିଳାମାନେ ଛାଞ୍ଚୁଣୀ ମାଡ଼ କରୁଥିବା ଦେଖାଯାଇଥିଲା। ଏହାଛଡା ମଦକୁ ତା’ଉପରେ ଢାଳିବା ପରେ ଥାନାକୁ ହସ୍ତାନ୍ତର କରିଥିଲେ। ତେବେ ମଦ ବେପାରୀଙ୍କ ନାମ ଗୋରା ବୋଲି ସୂଚନା ମିଳିଛି।

ମତାମତ ଦିଅନ୍ତୁ ।