ମଦ ବିକ୍ରିକୁ ବିରୋଧ କରିବାରୁ ମହିଳାଙ୍କୁ ପଥରରେ ଛେଚି ହତ୍ୟା

ଯାଜପୁର : ମଙ୍ଗଳପୁର ଥାନା ବିରିପଟା ପଞ୍ଚାୟତ ବରେଇଁ ଗ୍ରାମର ଲକ୍ଷ୍ମୀ ଜେନାଙ୍କୁ ପଥରରେ ଛେଚି ହତ୍ୟା। ମଦ ବିରୋଧୀ ଅଭିଯାନ‌ର ନେତୃତ୍ବ ନେଉଥିବାରୁ ମଦ ବେପାରୀ ତାଙ୍କୁ ଏପରି ନୃଶଂସ ଭାବେ ହତ୍ୟା କରିଥିବା ଅଭିଯୋଗ ଉଠିଛି।

ଖବର ଅନୁଯାୟୀ ଲକ୍ଷ୍ମୀ ଜେନା ଗ୍ରାମରେ ଚୋରା ମଦ ବିକ୍ରିକୁ ବିରୋଧ କରୁଥିଲେ। କିଛିଦିନ ତଳେ ମଦ ବିକ୍ରି ବନ୍ଦ ପାଇଁ ଗ୍ରାମରେ ବୈଠକ ବସିଥିଲା। ଗତ ଏପ୍ରିଲ ୨୧ ତାରିଖରେ ମଙ୍ଗଳପୁର ଥାନାରେ ଏ‌ନେଇ ଅଭିଯୋଗ କରିଥିଲେ। ମାତ୍ର ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ଉଭୟ ପକ୍ଷକୁ ଡକାଇ ସମାଧାନ କରିଥିଲେ। ମଦ ବେପାରୀ ପରିବାର ଆଉ ମଦ ବିକ୍ରିବେ ନାହିଁ ବୋଲି ଲିଖିତ ଭାବେ ଜଣାଇଥିଲେ। ମାତ୍ର ସେମାନେ ଘରେ ଗଚ୍ଛିତ ରଖିଥିବା ମଦ ବିକିବା ପର୍ଯ୍ୟନ୍ତ ସମୟ ଦେବାକୁ କହିଥିଲେ ହେଁ ଗ୍ରାମବାସୀ ସହମତ ହୋଇନଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ମଦ ବେପାରୀମାନେ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ମଙ୍ଗଳପୁର ପୋଲିସ ବିଜୟ ଜେନାଙ୍କ ସମେତ ତାଙ୍କ ପରିବାରର ୪ ଜଣଙ୍କୁ ଅଟକ ରଖିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button