ମଦ ଦୋକାନ ବିରୋଧରେ ମହିଳାଙ୍କ ରାସ୍ତା ଅବରୋଧ

ଚଣ୍ଡିଖୋଲ : ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ପତରାଜପୁର ବିଦେଶୀ ମଦ ଦୋକାନକୁ ବିରୋଧ କରି ମହିଳାମାନେ ରାସ୍ତାରୋକ ଅବରୋଧ କରିଛନ୍ତି। ମଦ ଦୋକାନ ଉଚ୍ଛେଦ ନହେଲେ ଆନ୍ଦୋଳନ ତୀବ୍ର ହେବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

ଖବର ଅନୁଯାୟୀ ବିଦେଶୀ ମଦ ଦୋକାନ ଯୋଗୁଁ ସ୍ଥାନୀୟ ଅଞ୍ଚଳ ଓ ନିକଟରେ ବିଦ୍ୟାଳୟ ଥିବାରୁ ଶିକ୍ଷାକ୍ଷେତ୍ର ପ୍ରଭାବିତ ହେଉଛି। ରାତିରେ ମଦୁଆମାନେ ଆଡ୍ଡା ଜମାଉଥିବାରୁ ମହିଳାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ବିରୋଧ କରି ସ୍ଥାନୀୟ ମହିଳାମାନେ ପୂର୍ବରୁ ମଦ ଦୋକାନ ଭଙ୍ଗା ରୁଜା କରିଥିଲେ। ବାଲିଚନ୍ଦ୍ରପୁର ପୋଲିସ ବୁଝାସୁଝା କରିବାରୁ ମହିଳାମାନେ ଆନ୍ଦୋଳନରୁ ହଟିଥିଲେ। ହେଲେ ପୁଣି ମଦ ଦୋକାନ ଚାଲୁ ଥିବାରୁ ମହିଳାମାନେ ବାଲିଚନ୍ଦ୍ରପୁର ଇନ୍ଦୁପୁର ରାସ୍ତାର ପତରାଜପୁର ରାସ୍ତାରେ ବସି ପ୍ରତିବାଦ କରିବା ସହିତ ମଦ ବିରୋଧୀ ନାରାବାଜି କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button