ମଦ ମୃତ୍ୟୁ ମାମଲା : ୯ ଜଣଙ୍କୁ ଫାଶୀ ଓ ୪ ଜଣଙ୍କୁ ଆଜୀବନ ଜେଲ

0

ନୂଆଦିଲ୍ଲୀ : ୨୦୧୬ ଅଗଷ୍ଟରେ ବିହାରର ଗୋପାଳଗଞ୍ଜ ଜିଲ୍ଲା ଖଜୁରବାନୀ ଅଞ୍ଚଳରେ ବିଷାକ୍ତ ମଦ ପିଇ ୧୯ ଜଣଙ୍କ ମୃତ୍ୟୁ ଘଟିଥିଲା। ଦୁଇଜଣ ଦୃଷ୍ଟି ଶକ୍ତି ହରାଇଥିଲେ। ଏହି ମାମଲାରେ ୧୩ ଜଣ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ୯ ଜଣଙ୍କୁ ଫାଶୀ ଓ ୪ ଜଣ ଆଜୀବନ ଜେଲ୍‌ ଦଣ୍ଡରେ ଦଣ୍ଡିତ କରିଛନ୍ତି ସ୍ୱତନ୍ତ୍ର ଅବକାରୀ କୋର୍ଟ। ଆଜୀବନ ଜେଲଦଣ୍ଡ ପାଇଥିବା ୪ ଅଭିଯୁକ୍ତ ମହିଳା। କୋର୍ଟ ସେମାନଙ୍କୁ ଫାଶୀ ଦଣ୍ଡ ନଦେଇ ଆଜୀବନ ଜେଲ୍‌ ସହ ୧୦ ଲକ୍ଷ ଟଙ୍କା ଲେଖାଏ ଜୋରିମାନା ଦାଖଲ କରିବାକୁ କହିଛନ୍ତି।

ସମସ୍ତ ୧୩ ଜଣ ଯାକ ବିଷାକ୍ତ ମଦ ବିକ୍ରି କାରବାରରେ ସାମିଲ ଥିଲେ। କୋର୍ଟ ଫେବୃଆରୀ ୨୬ରେ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଆଜି ସମସ୍ତଙ୍କର ଦଣ୍ଡବିଧାନ ସମ୍ପର୍କରେ ଘୋଷଣା କରାଯାଇଛି। ଫାଶୀଦଣ୍ଡ ପାଇଥିବା ୯ ଜଣ ଗୋଟିଏ ପରିବାରର ବୋଲି ଜଣାପଡିଛି।

Leave A Reply

Your email address will not be published.