ମଦ ନମିଳିବାରୁ ସାନିଟାଇଜର ପିଇ ୭ ମୃତ

0

ଯବତମାଲା : କର୍ଫ୍ୟୁ ପାଇଁ ମଦ ଦୋକାନ ବନ୍ଦ। କିନ୍ତୁ ମଦ ବଦଳରେ ହ୍ୟାଣ୍ଡସାନିଟାଇଜର ପିଇ ୭ ଜଣଙ୍କର ମୃତ୍ୟୁ ବରଣ କରିଛନ୍ତି। ଏପରି ଘଟଣା ମହାରାଷ୍ଟ୍ରର ଯବତମାଲା ଅନ୍ତର୍ଗତ ୱାନି ତହସିଲରେ ଅଞ୍ଚଳରେ ଘଟିଥିବା ଜଣାପଡିଛି।

ଖବର ଅନୁଯାୟୀ ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି। ଏହାକୁ ରୋକିବା ପାଇଁ ଏପ୍ରିଲ ୧୪ରୁ ଲାଗୁହୋଇଛି ୧୫ ଦିନିଆ କର୍ଫ୍ୟୁ। କେବଳ ଜରୁରୀ ସାମଗ୍ରୀ ବ୍ୟତୀତ ଅନ୍ୟ ଦୋକାନ ଗୁଡିକ ବନ୍ଦ। ମଦ ଦୋକାନରେ ତାଲା ପଡ଼ିଥିବାରୁ ଲୋକ ହ୍ୟାଣ୍ଡସାନିଟାଇଜର ପିଇ ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ କିଛି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ୱାନି ପୋଲିସ ଷ୍ଟେସନର ବୈଭବ ଯାଦବ କହିଛନ୍ତି ମହାରାଷ୍ଟ୍ରରେ କର୍ଫ୍ୟୁ ଯୋଗୁ ମଦ ଦୋକାନ ବନ୍ଦ ଥିବାରୁ କିଛି ଲୋକ ସାନିଟାଇଜର ପିଇ ଦେଇଥିଲେ। ସେଥିପାଇଁ ସେମାନଙ୍କର ମୃତ୍ୟୁ ଘଟିଛି। ପରିବାର ଲୋକ ଆମକୁ ନ ଜଣାଇ ସଂସ୍କାର କରିଦେଇଥିବାରୁ ୪ଟି ଶବର ବ୍ୟବଚ୍ଛେଦ କରିପାରିନାହୁଁ। ଅନ୍ୟ ୩ଟି ଶବର ବ୍ୟବଚ୍ଛେଦ ରିପୋର୍ଟରେ ମୃତ୍ୟୁର କାରଣ ସାନିଟାଇଜର ସେବନ ବୋଲି କୁହାଯାଇଛି।

Leave A Reply

Your email address will not be published.