ମଦ ପିଆଇ ମହିଳାଙ୍କୁ ଗଣଦୁଷ୍କର୍ମ

ଗୋଣ୍ଡା : ଉତ୍ତରପ୍ରଦେଶର ଗୋଣ୍ଡାରେ ଲଜ୍ଜାଜନକ ଘଟଣା ଘଟିଛି। ଜଣେ ମହିଳାଙ୍କ ମଦ ପିଆଇ କରାଯାଇଛି ଗଣଦୁଷ୍କର୍ମ। ଏହି ଘଟଣାରେ ପୋଲିସ ୪ଜଣଙ୍କୁ କରିଛି।

ଖବର ଅନୁଯାୟୀ ଗୋଣ୍ଡାର ଖୋଡାରେ ରହୁଥିବା ଜଣେ ମହିଳା ବାପ ଘରୁ ଶାଶୂ ଘରକୁ ଯାଉଥିଲେ। ସେହି ସମୟରେ ଗ୍ରାମର ୪ଜଣ ଯୁବକ ତାଙ୍କୁ ଜବରଦସ୍ତ ମଦ ପିଆଇବା ସହିତ ଆଖୁ କିଆରୀକୁ ନେଇ ଗଣଦୁଷ୍କର୍ମ କରିଥିଲେ। ତେବେ ପୋଲିସ କହୁଛି ଏହା ଗଣଦୁଷ୍କର୍ମ ନୁହେଁ, ଜଣେ ବ୍ୟକ୍ତି ଦୁଷ୍କର୍ମ କରିଛି। କିନ୍ତୁ ପୀଡିତାର ଅଭିଯୋଗ ଆଧାରରେ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ପୀଡିତାଙ୍କୁ ଡାକ୍ତରୀ ମାଇନା ପାଇଁ ହସ୍ପିଟାଲ ପଠାଇ ପୋଲିସ ଅଧିକ ତଦନ୍ତ କରୁଛି।

ମତାମତ ଦିଅନ୍ତୁ ।